୩୩ ତମ ରାଜ୍ୟସ୍ତରୀୟ ମଙ୍ଗଳା କପ କ୍ରିକେଟ କ୍ରାଉନ ସ୍ପୋଟିଙ୍ଗ ଚମ୍ପିୟାନ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ର କାକଟପୁର ମିନି ଷ୍ଟାଡିୟମ ଠାରେ ଗତ ଡିସେମ୍ବର ୨୫ ରୁ ଆରମ୍ଭ ହୋଇଥିବା ୩୩ ତମ ରାଜ୍ୟ ସ୍ତରୀୟ ମଙ୍ଗଳା କପ୍ କ୍ରିକେଟ ଆଜି ଉଦଯାପନ ହୋଇଯାଇଛି। ଆଜି ଅନୁଷ୍ଠିତ ଫାଇନାଲ ମ୍ୟାଚରେ ପରସ୍ପରକୁ ଭେଟିଥିଲେ କ୍ରାଉନ ସ୍ପୋର୍ଟିଂ ଭୁବନେଶ୍ୱର ବନାମ ଏମ.ସି.ସି ସ୍ପୋର୍ଟିଂ କାକଟପୁର l ପ୍ରଥମେ ଟସ ଜିତି କ୍ରାଉନ ସ୍ପୋର୍ଟିଂ ବ୍ୟାଟିଂ କରିବାର ନିଷ୍ପତି ନେଇ ନିର୍ଦ୍ଧାରିତ ୨୦ ଓଭର ରେ ୩ ଉଇକେଟ ହରାଇ ୧୮୨ ରନ୍ ସଂଗ୍ରହ କରିଥିଲା l ଦଳ ପକ୍ଷରୁ ଚକ୍ରଧର ଦିୱେଦୀ ଅପରାଜିତ ୫୬ ରନ୍, ନାୟକ ଜନ୍ମଜେୟ ୫୫ ରନ୍ ସଂଗ୍ରହ କରିଥିଲେ।ଏମ୍ ସି. ସି କାକଟପୁର ପକ୍ଷରୁ ସୁମିତ, ବାଦଲ, କିସାନ ବୋଲିଂ କରି ଗୋଟିଏ ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ l ଏହାର ଜବାବ ରେ ଏମ. ସି. ସି କାକଟପୁର ୧୮୩ ରନ୍ ର ବିଜୟ ଲକ୍ଷ ନେଇ ନିର୍ଦ୍ଧାରିତ ୧୮. ୨ ଓଭର ରେ ସମସ୍ତ ଉଇକେଟ ହରାଇ ୧୪୩ ରନ୍ ସଂଗ୍ରହ କରିଥିଲା l ଫଳରେ ୩୩ତମ ରାଜ୍ୟସ୍ତରୀୟ ମଙ୍ଗଳା କ୍ରିକେଟ କପରେ କ୍ରାଉନ ସ୍ପୋର୍ଟିଂ ଭୁବନେଶ୍ୱର ଚମ୍ପିୟାନ ଆଖ୍ୟା ଅର୍ଜନ କରିଥିଲା l ଉଦଯାପନୀ ଦିବସ ରେ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ବିଧାୟକ ତଥା କ୍ରୀଡା, ଯୁବବ୍ୟାପାର ଓ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟବକ୍ତା ଭାବେ ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ, ସମ୍ମାନିତ ଅତିଥି ଭାବେ ଜ୍ଞାନ ରଞ୍ଜନ ସାହୁ, ହିମାଂଶୁ ଭୂଷଣ ଦୀକ୍ଷିତ, କବିରାଜ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି କ୍ରୀଡା ମନ୍ତ୍ରୀ ଶ୍ରୀ ବେହେରା ଖେଳ ପଡିଆର ଉନ୍ନତି ପାଇଁ ୧୦ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିବାକୁ ଘୋଷଣା କରିବା ସହ ମୁଖ୍ୟମନ୍ତ୍ରୀ ଙ୍କ ବ୍ଲକ ସ୍ତରୀୟ ମିନି ଷ୍ଟାଡିୟମ ରେ କାକଟପୁର ର ଉକ୍ତ ଖେଳ ପଡିଆ କୁ ସାମିଲ କରାଯିବାକୁ ପ୍ରତିଶୃତି ଦେଇଥିଲେ l ଅତିଥି ମାନଙ୍କ ଦ୍ଵାରା ଚମ୍ପିୟନ ଟିମ କ୍ରାଉନ ସ୍ପୋର୍ଟିଂ ଭୁବନେଶ୍ୱର କୁ ତିରିଶ ହଜାର ଟଙ୍କା ସହ ଚମ୍ପିୟାନ ଟ୍ରଫି, ରନର୍ସ ଅପ୍ ଦଳ ଏମ. ସି. ସି କାକଟପୁର କୁ କୋଡିଏ ହଜାର ଟଙ୍କା ସହ ରନର୍ସ ଅପ୍ ଟ୍ରଫି ସହିତ ମ୍ୟାନ ଅଫ ଦି ସିରିଜ ପୁରସ୍କାର ନାୟକ ଜନ୍ମଜେୟ, ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ଚକ୍ରବର୍ତ୍ତୀ ଦିବେଦୀଙ୍କୁ ପ୍ରଦାନ କରାଯାଇଥିଲା। ନିର୍ମଳ ମିଶ୍ର ଓ ଅୟସ କାନ୍ତ ମିଶ୍ର ଅମ୍ପୟାର ଭାବେ ଦାୟିତ୍ୱ ତୁଲାଇଥିବା ବେଳେ ଭାଗବତ ସ୍ୱାଇଁ, କୁମାର ଭବାନୀ, ସଭାପତି ପ୍ରଦୀପ୍ତ ଦୀକ୍ଷିତ, ଉପ ସଭାପତି ପ୍ରଦୀପ୍ତ ପଣ୍ଡା, ଇଂ ସୂର୍ଯ୍ୟ କାନ୍ତ ଦୀକ୍ଷିତ, ପ୍ରଦୁମ୍ନ ସେନାପତି ମିହିର ରଞ୍ଜନ ଦୀକ୍ଷିତ ପ୍ରମୁଖ ଧାରା ବିବରଣୀ ପ୍ରଦାନ କରିଥିଲେ l ସ୍କୋର ଦାୟିତ୍ୱ ରେ ଲିକୁନ୍ ଓ ସଚିନ୍ ରହିଥିବାବେଳେ ଧୀରେନ ଚାନ୍ଦ, ଉପଦେଷ୍ଟା ତୁଷାର ରଞ୍ଜନ ଦୀକ୍ଷିତ, ପ୍ରଦ୍ୟୁମ୍ନ ସେନାପତି, ସମ୍ପାଦକ ଶୁଭ୍ରାଂଶୁ ଭୂଷଣ ଦୀକ୍ଷିତ, ଶ୍ୟାମ ସୁନ୍ଦର ରଣା, ସଞ୍ଜୟ ସାମଲ ପ୍ରମୁଖ ଖେଳ ପରିଚାଳନା କରିଥିଲେ l


