୧୫ରୁ ୨ ଦିନିଆ ବ୍ୟାଙ୍କ ଧର୍ମଘଟ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌) : ଆସନ୍ତା ମାର୍ଚ୍ଚ ୧୫ (ସୋମବାର) ଓ ୧୬ ତାରିଖ (ମଙ୍ଗଳବାର) ୨ ଦିନିଆ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ ଡାକରା ଦେଇଛି ଅଲ୍ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ କନଫେଡେରେସନ । ଏହି ଦୁଇ ଦିନ ଧର୍ମଘଟ ଯୋଗୁ ଅଧିକାଂଶ ପବ୍ଲିକ ସେକ୍ଟର ବ୍ୟାଙ୍କ ଓ ଘରୋଇ ବ୍ୟାଙ୍କ ବନ୍ଦ ରହିବ । ବ୍ୟାଙ୍କ ଘରୋଇକରଣ ନିଷ୍ପତିକୁ ବିରୋଧ କରି ଏହି ଧର୍ମଘଟ ଡାକରା ଦିଆଯାଇଛି । ଧର୍ମଘଟରେ ସାମିଲ ରାଜ୍ୟର ୫୫୦୦ ବ୍ୟାଙ୍କର ୩୦ ହଜାର କର୍ମଚାରୀ ସାମିଲ୍‌ହେବେବୋଲି ଏଆଇବିଓସିର ଓଡ଼ିଶା ୟୁନିଟ୍ ସଭାପତି ଦାମୋଦର ନନ୍ଦ ସୂଚନା ଦେଇଛନ୍ତି ।
ସେହିପରି ଚଳିତ ସପ୍ତାହର ଦ୍ୱିତୀୟ ଶନିବାର ୧୩ ତାରିଖ ଓ ରବିବାର ୧୪ ତାରିଖ ଛୁଟି ଥିବାରୁ ଚଳିତ ସପ୍ତାହରେ ୪ ଦିନ ବ୍ୟାଙ୍କ ଛୁଟି ରହିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ