ବ୍ରହ୍ମପୁରରେ ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟ ନେଇ ସମୀକ୍ଷା କଲେ କ୍ରୀଡ଼ା ମନ୍ତ୍ରୀ

ବ୍ରହ୍ମପୁର (ୱାଇଏନ୍‌ଏସ୍‌) : ଇଲେକ୍‌ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ମଙ୍ଗଳବାର ଦିନିକିଆ ବ୍ରହ୍ମପୁର ଗସ୍ତ କରିବା ସହ ଜିଲ୍ଲାର କ୍ରୀଡ଼ା ଭିତିଭୂମି, ଷ୍ଟାଡିୟମ୍ ନିର୍ମାଣ ଏବଂ ଅନ୍ୟାନ୍ୟ ପ୍ରକଳ୍ପର ସମୀକ୍ଷା କରିଛନ୍ତି ।
ଶ୍ରୀ ବେହେରା ବ୍ରହ୍ମପୁର ଗସ୍ତରେ ଯାଇ ପ୍ରଥମେ ଟାମ୍ପରା ହ୍ରଦ ଏବଂ ବ୍ରହ୍ମପୁର ଉନ୍ନୟନ କର୍ତୃପକ୍ଷଙ୍କ ଦ୍ୱାରା ନିର୍ମିତ ପର୍ଯ୍ୟଟନ କେନ୍ଦ୍ର ବୁଲି ଦେଖିଥିଲେ । ଏଥିରେ ଜଳକ୍ରୀଡ଼ାର ସମ୍ଭାବନା ନେଇ ମନ୍ତ୍ରୀ ଶ୍ରୀ ବେହେରା ସ୍ଥାନୀୟ ବ୍ରହ୍ମପୁର ବିଧାୟକ ସୁବାଶ ଚନ୍ଦ୍ର ବେହେରା ଏବଂ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ସହ ଆଲୋଚନା କରିଥିଲେ । ପରେ ବ୍ରହ୍ମପୁରଠାରେ ନିର୍ମିତ ଇଂଟିଗ୍ରେଟେଡ୍ ସ୍ପୋର୍ଟ୍ସ କମ୍ପେ୍ଲକ୍ସେ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ । ଏଥି ସହିତ ନିର୍ମାଣ କାର୍ଯ୍ୟର ବିଳମ୍ବ ନେଇ କ୍ରୀଡ଼ାବିତ୍ ଓ ସ୍ଥାନୀୟ ଜନସାଧାରଣଙ୍କ ଅଭିଯୋଗକୁ ଆଧାର କରି ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବା ନେଇ ସ୍ଥାନୀୟ ବିଧାୟକ ବିକ୍ରମ କୁମାର ପଣ୍ଡା, ଗଞ୍ଜାମ ଉପଜିଲ୍ଲାପାଳ, ବିଏମ୍‌ସି କମିଶନର, ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କ ସହ ଆଲୋଚନା କରି ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ କାର୍ଯ୍ୟଭାର ନେଇଥିବା ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ ।
ଏହି ଅବସରରେ ମନ୍ତ୍ରୀ ବେହେରା ବିଏମ୍‌ସି ଦ୍ୱାରା ନିର୍ମିତ ହେଉଥିବା ଇନ୍‌ଡୋର ହଲ୍ ବୁଲି ଦେଖିଥିଲେ । ପରେ ୟୁ. ସି ଇଂଜିନିୟରିଂ କଲେଜ ଏବଂ ବ୍ରହ୍ମପୁର ଆଇଟିଆଇରେ କ୍ରୀଡ଼ା ଭିତିଭୂମିର ବିକାଶ ପାଇଁ ସ୍ଥାନୀୟ ବିଧାୟକ ଓ ପ୍ରଶାସନ ସହ ଆଲୋଚନା କରିଥିଲେ । ବ୍ରହ୍ମପୁର ଆଇଟିଆଇ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇଥିଲେ । ଶେଷରେ ମନ୍ତ୍ରୀ ଶ୍ରୀ ବେ ହେରା ବିଜୁ ପ୍ରିମିୟମ୍ ଲିଗ୍ ଫୁଟବଲ ୍ ଟୁର୍ଣ୍ଣମେଂଟର ଉଦ୍‌ଯାପନୀ ଉତ୍ସବରେ ଯୋଗଦେଇ କ୍ରୀଡ଼ାବିତ୍ ମାନଙ୍କୁ ଉତ୍ସାହିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ