୧୫୦ ରୁ ଉର୍ଦ୍ଧ ବର୍ଷର ପୁରାତନ ବରଗଛକୁ ଉନ୍ନୟନ କାର୍ୟ୍ୟ ନାମରେ କାଟିବାକୁ ନେଇ ବିରୋଧ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ) : ଗଜପତି ଜିଲ୍ଲାର କାଶୀନଗର ଏନଏସି କତୃପକ୍ଷ ଉନ୍ନୟନ କାର୍ୟ୍ୟ ଏକ ଛୋଟିଆ ଡ୍ରେନ ନିର୍ମାଣ ପାଇଁ ୧୫୦ ବର୍ଷରୁ ଅଧିକା ବଂଚିଥିବା ଏକ ପୁରାତନ ବରଗଛକୁ କାଟିବାକୁ ଉଦ୍ୟମ କରିବାରୁ ଜନସାଧାରଣ ତୀବ୍ର ବିରୋଧ କରୁଥିବା ଦେଖିବାକୁ ମିଳିଛି ଜ୍ଝଏନ ଏ ସି କତୃପକ୍ଷ ଗତ ମେ ମାସ ରେ ଜବରଦଖଲ ଉଚ୍ଛେଦ କରିଥିଲେ, ଏଯାଏଁ ଏଠାରେ ମାଟି ମୁଠାଏ ପଡ଼ିନାହିଁ, ଡ୍ରେନ ନିର୍ମାଣ ନାମ ରେ ଏକ ବୃହତ ବଟ ଗଛ ଯାହାର ଆନୁମାନିକ ବୟସ ୧୫୦ ରୁ ଉର୍ଦ୍ଧ ହେବ, ତାକୁ ମୂଳରୁ ସଫା କରି ଏକ ଡ୍ରେନ ନିର୍ମାଣ କରାଯାଉଥିବା ବିଷୟ କେଵେ ଦୂର ଯୁକ୍ତି ଯୁକ୍ତ, ଏନେଇ ବାସ ଷ୍ଟାଣ୍ଡ ଅଞ୍ଚଳ ର ଲୋକେ ଏହାକୁ ନାପସନ୍ଦ କରିଛନ୍ତି ଜ୍ଝ ଏନେଇ ବନ ବିଭାଗ ରେଞ୍ଜେର ଶ୍ରୀ ବେହେରା ସରାଜମିନ ତଦନ୍ତ କରି ବିନା ପରିବେଶ ଓ ମଞ୍ଜୁରୀ ନ ଥାଇ ଗଛ କାଟିବାକୁ ମନା କରିଥିବା ଯୋଗୁଁ ବର୍ତମାନ ଏହା ସ୍ଥଗିତ ରହିଛି ଜ୍ଝ କହିବାକୁ ଗଲେ ଦୀର୍ଘ ୫୦ ବର୍ଷ ରୁ ଅଧିକ ହେବ ଏହି ଗଛ ମୂଳ ରେ ତ୍ରିନାଥ ଗୋସାଇଁ ପୂଜା ପାଉଛନ୍ତି, ପୁଣି ଏହି ଗଛ ରେ ଶହ ଶାହ ପକ୍ଷୀ ଙ୍କ ବାସ ସ୍ଥଳ ପାଲଟିଛି, ଏତଦ ବ୍ୟତୀତ ବାସ ଷ୍ଟାଣ୍ଡ ର ଧୂଳି ପ୍ରଦ୍ୟୁଷଣ କୁ ରୋକି ପାରୁଛି ଜ୍ଝବଜ୍ର ପାତ ଭଳି ବହୁ ସମସ୍ୟା କୁ ରୋକିବାର ଶକ୍ତି ରହିଛି ଜ୍ଝ ଏଣୁ କତୃପକ୍ଷ, ଡ଼ିଏଫଓ, ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଜନସାଧାରଣ ଦାବୀ କରିଛନ୍ତି ଜ୍ଝ