୧୫ ଜଣ ଜୁଆଡି ଙ୍କୁ ଗିରଫ କଲା ପୋଲିସ
ବୁଗୁଡ଼ା, (ଅନିଲ କୁମାର ମହାରଣା) :-ପୋଲସରା ପୋଲିସ ପକ୍ଷରୁ ଜୁଆ ଆଡ୍ଡା ଉପରେ ଚଢ଼ାଉ କରାଯାଇ ୧୫ ଜୁଆଡିଙ୍କୁ ଗିରଫ କରିବା ସହିତ ୪୭ ହଜାର ୬୦୦ ଶହ ଟଙ୍କା ଜବତ କରାଯାଇଥିବା ଆଇଆଇସି ଜିତେନ୍ଦ୍ର କୁମାର ମଲ୍ଲିକ ପ୍ରକାଶ କହିଛନ୍ତି। ସୂଚନା ପ୍ରକାରେ ଶନିବାର ଦିନ ପୋଲସରା ଥାନା ଅନ୍ତର୍ଗତ କଳମ୍ବ ଗ୍ରାମରେ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ପୋଲିସ ନଗଦ ୩୫,୧୦୦ ଟଙ୍କା ଜବତ କରିବା ସହ ୭ ଜଣ ଜୁଆଡି ସୁଶାନ୍ତ ପ୍ରଧାନ , ପ୍ରହଲ୍ଲାଦ ପ୍ରଧାନ , ନିଳକଣ୍ଠ ସାହୁ , ସୁକୁରିଆ ସ୍ୱାଇଁ , ସନ୍ତୋଷ ପ୍ରଧାନ , ଶିବ ଶଙ୍କର ସାହୁ ଓ ପ୍ରମୁଖ ପ୍ରଧାନ କୁ ଗିରଫ କରିଥିଲେ। ସେହିପରି ରବିବାର ଦିନ ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ରାଣିପଡା ଠାରେ କିଛି ବ୍ୟକ୍ତି ବାଜି ମାରି ଜୁଆ ଖେଳୁଥିବା ସୁଚନା ପାଇ ପୋଲସରା ପୋଲିସ ଚଢ଼ାଉ କରି ୧୨,୫୦୦ ଟଙ୍କା ଜବତ କରି ସହ ୮ ଜଣ ଜୁଆଡି କାଳୁ ଚରଣ ପ୍ରଧାନ, ମନୋରଞ୍ଜନ ସାହୁ, ଧୋବା ପରିଡ଼ା, ବାପି ପ୍ରଧାନ, କାର୍ତ୍ତିକ ବେହେରା, ସୁରେନ୍ଦ୍ର ସାହୁ, ସରୋଜ ବିଷୋୟୀ ଓ ପ୍ରଶାନ୍ତ କୁମାର ପ୍ରଧାନ କୁ ଗିରଫ କରିଥିଲେ । ପୋଲସରା ପୋଲିସ ଥାନା ଆଇଆଇସି ଜିତେନ୍ଦ୍ର କୁମାର ମଲ୍ଲିକଙ୍କ ନେତୃତ୍ବରେ ପୋଲିସ ଫୋର୍ସ ଦୁଇ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ମୋଟ ୪୭ ହଜାର ୬ ଶହ ଟଙ୍କା ଜବତ ସହ ୧୫ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି ।