୧୫ ପରୀକ୍ଷା କେନ୍ଦ୍ର ରେ ପରୀକ୍ଷା ଦେଲେ ୨୮୫୭ ଛାତ୍ର ଛାତ୍ରୀ
ନିମାପଡା, (ସନ୍ତୋଷ ଦାଶ) :-ଆରମ୍ଭ ହୋଇ ଯାଇଛି ମାଟ୍ରିକ ପରୀକ୍ଷା । ପୁରୀ ଜିଲ୍ଲା ନିମାପଡା ବ୍ଲକ ଅଞ୍ଚଳ ରେ ସମୁଦାୟ ୧୫ ଟି ପରୀକ୍ଷା କେନ୍ଦ୍ର ରେ ୨୮୫୭ ଜଣ ଛାତ୍ର ଛାତ୍ରୀ ମାଟ୍ରିକ ପରୀକ୍ଷା ଦେଉଥିବା ପୁରୀ ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ ହିମାଂଶୁ ଭୁଷଣ ସୂଚନା ଦେଇଛନ୍ତି । ନିମାପଡା ପୋଲିସ ପକ୍ଷରୁ ସମସ୍ତ ପରୀକ୍ଷା କେନ୍ଦ୍ର ମାନଙ୍କରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି କହିଛନ୍ତି ଥାନା ଆଇଆଇସି ଶଙ୍କର୍ଷଣ ଦଳାଇ ।


