୧୬ରୁ ଜଗା ଦର୍ଶନ କରିପାରିବେ ଭକ୍ତ

ପୁରୀ, (ୱାଇଏନ୍‌ଏସ୍‌): ଆସନ୍ତା ୧୬ରୁ ଭକ୍ତମାନେ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କୁ ଦର୍ଶନ କରିପାରିବେ। ପ୍ରଥମ ପାଞ୍ଚଦିନ ଅର୍ଥାତ ୧୬ ରୁ ୨୦ ତାରିଖ ପର୍ଯ୍ୟନ୍ତ କେବଳ ପୁରୀ ସହରବାସୀଙ୍କୁ ଦର୍ଶନ ସୁଯୋଗ ମିଳିବ। ୨୧ ତାରିଖ ଶନିବାର ଓ ୨୨ ତାରିଖ ରବିବାର ସାପ୍ତାହିକ ସଟଡ଼ାଉନ୍‌ କଟକଣା ଯୋଗୁ ଶ୍ରୀମନ୍ଦିର ବନ୍ଦ ରହିବ। ୨୩ ଠାରୁ ସମସ୍ତ ଦର୍ଶନାର୍ଥୀଙ୍କୁ ଦର୍ଶନ ସୁଯୋଗ ମିଳିବ। ସକାଳ ୭ଟା ଠାରୁ ରାତି ୮ଟା ପର୍ଯ୍ୟନ୍ତ ଦର୍ଶନାର୍ଥୀମାନେ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କୁ ଦର୍ଶନ କରିପାରିବେ। ତେବେ ଶ୍ରୀମନ୍ଦିରରେ ପ୍ରବେଶ ଲାଗି ଦୁଇଡ଼ୋଜ ଟିକା ନେଇଥିବା ପ୍ରମାଣପତ୍ର କିମ୍ବା ୯୬ ଘଣ୍ଟାପୂର୍ବରୁ ଆରଟିପିସିଆର ଟେଷ୍ଟ ରିପୋର୍ଟ ବାଧ୍ୟତା ମୂଳକ ବୋଲି ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ କ୍ରିଷନ୍‌ କୁମାର କହିଛନ୍ତି । ଭକ୍ତଙ୍କ ଲାଗି ଶ୍ରୀମନ୍ଦିର ଖୋଲିବା ସମ୍ପର୍କରେ ନିଷ୍ପତ୍ତି ନେବା ଲାଗି ଆଜି ସନ୍ଧ୍ୟାରେ ନୀଳାଦ୍ରୀ ଭକ୍ତନିବାସଠାରେ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ଡ଼କଫର କ୍ରିଷନ୍‌ କୁମାରଙ୍କ ଅଧ୍ୟକ୍ଷତାରେ ଛତିଶା ନିଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍‌ପି କନୱାର ବିଶାଳ ସିଂ, ଛତିଶା ନିଯୋଗର ସଦସ୍ୟବୃନ୍ଦ ଓ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। ବୈଠକ ପରେ ମୁଖ୍ୟପ୍ରଶାସକ ଗଣମାଧ୍ୟକୁ ସୂଚନାଦେଇ ଉପରୋକ୍ତ ସୂଚନା ଦେଇଥିଲେ। ମୁଖ୍ୟପ୍ରଶାସକ କହିଥିଲେ ଯେ, କୋଭିଡ଼ କଟକଣା ମଧ୍ୟରେ ଭକ୍ତମାନଙ୍କ ଲାଗି ଶ୍ରୀମନ୍ଦିର ଖୋଲିବ। ପ୍ରଥମ ପାଞ୍ଚଦିନ ସହରବାସୀ ଓ ପରେ୨୩ ତାରିଖରୁ ସମସ୍ତଙ୍କୁ ଦର୍ଶନ ସୁଯୋଗ ମିଳିବ। ଶ୍ରୀମନ୍ଦର ଖୋଲିବା ପୂର୍ବରୁ ଶ୍ରୀମନ୍ଦିରର ସମସ୍ତ ସେବକ,କର୍ମଚାରୀ ଓ ଅଧିକାରୀମାନଙ୍କର ଦ୍ୱିତୀୟ ଡ଼ୋଜ ଟିକାକରଣ ଶେଷ କରାଯିବ।
ଏଥି ଲାଗି ଡ଼ୋର ଟୁ ଡ଼ୋର ସର୍ଭେ କରାଯିବ। ଦର୍ଶନ ଲାଗି ଭକ୍ତମାନ ପାଇଁ ଧାଡ଼ିର ବ୍ୟବସ୍ଥା କରାଯିବ। କୋଭିଡ଼ କଟକଣା ମଧ୍ୟରେ ହାତକୁ ସାନିଟାଇଜ୍‌କରି, ମାସ୍କପରିଧାନ ପୂର୍ବକ ଧାଡ଼ିରେ ଯାଇ ଦର୍ଶନାର୍ଥୀମାନେ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କୁ ଦର୍ଶନ କରିପାରିବେ। ବୟସ୍କ ଓ ଭିନ୍ନକ୍ଷମ ମାନଙ୍କ ଲାଗି ସ୍ୱତନ୍ତ୍ର ଧାଡ଼ିର ବ୍ୟବସ୍ଥା କରାଯିବ। ଭକ୍ତମାନେ ଆବଶ୍ୟକତା ଅନୁଯାୟୀ ମହାପ୍ରସାଦ ନେଇପାରିବେ, ଶ୍ରୀମନ୍ଦିର ମଧ୍ୟରେ ମହାପ୍ରସାଦସେବନ ଲାଗି ସୁଯୋଗ ଦିଆଯିବ ନାହିଁ। ସଟଡ଼ାଉନ୍‌ ଦିନମାନଙ୍କରେ ଶ୍ରୀମନ୍ଦିର ଓ ଏହାର ଚତୁଃପାଶ୍ୱର୍କୁ ସାନିଟାଇଜ୍‌ କରାଯିବ। ଜନ୍ମାଷ୍ଟମୀ ଭଳି ପର୍ବପର୍ବାଣୀ ଦିନମାନଙ୍କମାନଙ୍କରେ ଶ୍ରୀମନ୍ଦିର ଦର୍ଶନାର୍ଥୀମାନଙ୍କ ଲାଗି ବନ୍ଦ ରହିବ। ଶ୍ରୀମନ୍ଦିର ମଧ୍ୟରେ ଦର୍ଶନାର୍ଥୀମାନଙ୍କ ଲାଗି ପୂର୍ବ ଭଳି ଅନ୍ୟ ସମସ୍ତ କଟକଣା ବଳ ବତ୍ତର ରହିବ ବୋଲି ମୁଖ୍ୟପ୍ରଶାସକ ଗଣ ମାଧ୍ୟମକୁ କହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ