ରାଜଧାନୀରେ ଖୋଲିଲା ସିନେମା ହଲ୍

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): କରୋନା କଟକଣା ଭିତରେ ଆଜିଠୁ ରାଜଧାନୀରେ ଖୋଲିଛି ସିନେମା ହଲ୍। ଆଜି ଠାରୁ ସମସ୍ତ ସିନେମା ହଲ କରୋନା କଟକଣା ଭିତରେ ଚାଲିବ ୪ଟି ସୋ । ନୂଆ ରିଲିଜ ହୋଇଥିବା ଆମେରିକାନ ସୁପର ହିରୋ ଫିଲ୍ମ’ଦ ସୁଇସାଇଡ ସ୍କ୍ୱାର୍ଡ’ ଆଜି ହଲରେ ପଡ଼ିଥିବା ଜଣାଯାଇଛି। ଏହିସବୁ ସିନେମା ହଲରେ କେବଳ ୫୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ଦିଆଯାଇଛି। ତେବେ ଆଜି ରାଜଧାନୀର ପ୍ରେକ୍ଷାଳୟମାନଙ୍କରେ ବିଶେଷ ଭିଡ଼ ପରିଲକ୍ଷିତ ହୋଇନାହିଁ। ହଲ୍ ଖୋଲିବା ଆଗରୁ ଭଲ ଭାବେ ସାନିଟାଇଜେସନ୍ କରାଯାଇଥିବା ଜଣାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ