୧୭୫ ଏକର ସଂରକ୍ଷିତ ଜମିରୁ ଗଞ୍ଜେଇ ଗଛ ନଷ୍ଟ କଲା ପୁଲିସ୍‍ ଓ ଅବକାରୀ ବିଭାଗ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):  କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ଡ଼ିମିରିଗୁଡ଼ା, ପାଗାସାହି, ଲାଇନପାଲି, ପିଡ଼ିଆଗୁଡ଼ା, ବଡ଼ିଗୁଡ଼ା ଓ ଜଟଣିଖୋଲ ଆଦି ଗ୍ରାମର ବିିଭିନ୍ନ ସଂରକ୍ଷିତ ଜଙ୍ଗଲରେ ବେଆଇନ ଭାବେ ଲାଗିଥିବା ପ୍ରାୟ ୧୭୫ ଏକର ଜମିରୁ ଆଜି ଫିରିଙ୍ଗିଆ ପୁଲିସ୍‍ ଓ ଅବକାରୀ ବିଭାଗ ମିଳିତ ଭାବେ ଚଢାଉ କରି ଗଛ କାଟିବା ସହିତ ପୋଡ଼ି ନଷ୍ଟ କରିଦେଇଛନ୍ତି। ଏହି ଅଭିଯାନରେ ଫିରିଙ୍ଗିଆ ଥାନା ଅଧିକାରୀ ପି.ଶ୍ୟାମ ସୁନ୍ଦର ରାଓଙ୍କ ନେତୃତ୍ୱରେ ଅବକାରୀ ବିଭାଗର ସବଇନିସ୍ପେକ୍ଟର ଅଜୟ କୁମାର ଓରାମଙ୍କ ସମେତ ଅବକାରୀ କର୍ମଚାରୀ ଏବଂ ଦୁଇ ପ୍ଲାଟୁନ ସଶସ୍ତ୍ର  ପୁଲିସ ଓ ୪୦ ଜଣ ଶ୍ରମିକ ଏଥିରେ ନିୟୋଜିତ ହୋଇଥିଲେ। ଏହି ସଂକ୍ରନ୍ତରେ ଥାନାରେ ୧୦୦ା୨୦ରେ ଏକ ମାମଲା ରଜୁ କରାଯାଇଥିବା ଫୁଲବାଣୀ ଏସଡିପିଓ ମହେନ୍ଦ୍ର କୁମାର ମୁର୍ମୁ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ