୧୭ ବର୍ଷରୁ କମ ଆନ୍ତଃ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱରରେ ଗତକାଲିଠାରୁ ଆରମ୍ଭ ହୋଇଥିବା ୧୭ବର୍ଷରୁ କମ ଜିଲାସ୍ତରୀୟ ଆନ୍ତଃ ବିଦ୍ୟାଳୟଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନରେ ଗୁରୁବାର ବାଳକ ବିଭାଗର ଦୁଇଗୋଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଜଳେଶ୍ୱର ବ୍ଲକ ଓ ସିମୁଳିଆ ମଧ୍ୟରେ ହୋଇଥିବା ପ୍ରଥମ ମ୍ୟାଚରେ ୬/୦ ଗୋଲରେ ଜଳେଶ୍ୱର ବିଜୟୀ ହୋଇଛି । ସେହିଭଳି ଜଳେଶ୍ୱର ବ୍ଲକ ଓ ନୀଳଗିରି ବ୍ଲକ ମଧ୍ୟରେ ହୋଇଥିବା ଦ୍ୱିତୀୟ ମ୍ୟାଚରେ ଧାର୍ଯ୍ୟ ସମୟସୀମାରେ ଖେଳ ଅମୀମାଂସିତ ରହିବାରୁ ଟ୍ରାଇବ୍ରେକରର ଆଶ୍ରୟ ନିଆଯାଇଥିଲା । ଏଥିରେ ୩/୧ ସ୍କୋରରେ ଜଳେଶ୍ୱର ବିଜୟୀ ଘୋଷିତ ହୋଇଛି । ଅନୁରୂପ ଭାବେ ବାଳିକା ବିଭାଗରେ ରେମୁଣା ବ୍ଲକ ଓ ଜଳେଶ୍ୱର ବ୍ଲକ ମଧ୍ୟରେ ହୋଇଥିବା ପ୍ରଥମ ମ୍ୟାଚରେ ୨/୧ ସ୍କୋରରେ ରେମୁଣା ବ୍ଲକ ବିଜୟୀ ହୋଇଥିଲା । ସେହିଭଳି ରେମୁଣା ଓ ସିମୁଳିଆ ବ୍ଲକ ମଧ୍ୟରେ ହୋଇଥିବା ଦ୍ୱିତୀୟ ମ୍ୟାଚରେ ୩/୦ ସ୍କୋରରେ ରେମୁଣା ବିଜୟୀ ଘୋଷିତ ହୋଇଛି । ମ୍ୟାଚ ଶେଷରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ବିଶିଷ୍ଟ ଫୁଟବଲ ଖେଳାଳି ସୁରଜିତ ମହାପାତ୍ର, ନିମାଇ ଚରଣ ରାଉତ, ବୀରେନ୍ଦ୍ର କୁମାର ସ୍ୱାଇଁ, ସଲୀଲ ସିଂ, କ୍ଷୀରୋଦ କୁମାର ପରିଡ଼ା ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗଦେଇ ବିଜୟୀ ଓ ପରାଜିତ ଦଳକୁ ପୁରସ୍କାର ଓ ଟ୍ରଫି ପ୍ରଦାନ କରିଥିଲେ । ଏହି ଅବସରରେ ଭୋଗରାଇ, ବସ୍ତା ଓ ସିମୁଳିଆର ୫-ଟି ରୂପାନ୍ତରୀଣ ୩୫ଟି ବିଦ୍ୟାଳୟକୁ ପୁଟବଲ ପ୍ରଦାନ କରାଯାଇଥିଲା । ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭବାନୀଶଙ୍କର ଭୂୟାଁ ଓ ପୂର୍ବତନ ଜିଲା ଶରୀରିକ ଶିକ୍ଷା ନିରୀକ୍ଷକ ପ୍ରଦୀପ କୁମାର ଦାସ ଏହି ଫୁଟବଲ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ