୧୯୭୦ ବ୍ୟାଚ୍ ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ
ବନ୍ତ,(ଯୁଗାବ୍ଦ ନ୍ୟୁଜ୍): ରବିବାର ବନ୍ତ ବ୍ଲକ ସେଣ୍ଢତୀରାସ୍ଥିତ ଜନାର୍ଦ୍ଦନ ଉଚ୍ଚ ବିଦ୍ୟାପୀଠର ୧୯୭୦ ବ୍ୟାଚ୍ର ପୁରାତନ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଏକ ବନ୍ଧୁମିଳନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ଅନ୍ତର୍ଯ୍ୟାମୀ ପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ଶିକ୍ଷାବିତ୍ ଗଣେଶ ପ୍ରସାଦ କରଶର୍ମା, ନାରାୟଣ ଚନ୍ଦ୍ର ପଣ୍ଡା, ଅନାଦି ଚରଣ ପହି, ଆନନ୍ଦ ଚନ୍ଦ୍ର ସାହୁ, ଜଗମୋହନ ମିଶ୍ର, ହୃଷିକେଶ ସାହୁ, ଆନନ୍ଦ ଚନ୍ଦ୍ର ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ପୁରାତନ ଛାତ୍ର ପ୍ରଭାତ କୁମାର ସେନାପତି, ଜଗନ୍ନାଥ ପାତ୍ର, ରବିନ୍ଦ୍ର ନାୟକ, ସୁଧାଂଶୁ ସ୍ୱାଇଁ, ଦିଗମ୍ବର ସେଠୀ, ରାମଚନ୍ଦ୍ର ସାହୁ, ପଦ୍ମନାଭ ଜେନା, ବାବାଜି ଚରଣ ଗାହାଣ, ଗୋଦାବରିଶ ଗାହାଣ, ଶିବନାରାୟଣ ଖଣ୍ଡାଇ, ହରିହର ବିଶ୍ୱାଳ, ଗଜେନ୍ଦ୍ର ନାୟକ, ବିଷ୍ଣୁମୋହନ ମିଶ୍ର, ପୁରୁଷୋତ୍ତମ ବେହେରା, ପର୍ଶୁରାମ ବେହେରା ପ୍ରମୁଖ ଯୋଗ ଦେଇ ଅତୀତର ସ୍ମୃତିକୁ ରୋମନ୍ଥନ କରିଥିଲେ । ଏହି ଅବସରରେ ଶିକ୍ଷାବିତ୍ ଦୁର୍ଯ୍ୟଧନ ସେଠୀ, ଗୋବିନ୍ଦ ଚନ୍ଦ୍ର ବାରିକ, ଭାସ୍କର ଚନ୍ଦ୍ର ପାଢ଼ୀ, ଭଗବାନ ଜେନା, ରଘୁନାଥ ସାହୁ, ରବିନ୍ଦ୍ର ଜେନା, ନାରାୟଣ ଲେଙ୍କା ପ୍ରମୁଖଙ୍କୁ ଛାତ୍ର ସଂସଦ ପକ୍ଷରୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପକ୍ଷରୁ ସଂଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା ।


