ଲକ୍ଷ୍ମୀନାରାୟଣ ମନ୍ଦିର ପ୍ରତିଷ୍ଠା ଉତ୍ସବ
ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ବଗଦା କାଶିପୁର ଛକଠାରେ ୩ ଦିନ ବ୍ୟାପୀ ଶ୍ରୀଶ୍ରୀ ଲକ୍ଷ୍ମୀନାରାୟଣ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ନିକଟସ୍ଥ କପାଳୀ ନଦୀରୁ ୨୭ଟି କଳସ ଅଣାଯାଇ ଘଟସ୍ଥାପନା ପୂର୍ବକ ପୂଜାକାର୍ଯ୍ୟ ଆରମ୍ଭ ହୋଇଥିଲା । ଡ଼.ଅନିଲ କୁମାର ନାୟକ ଓ ସବିତା ଜେନା ମୁଖ୍ୟ କଳସ ଧାରଣ କରିଥିଲେ । ୧୧ଜଣ ବେଦଜ୍ଞ ବ୍ରାହ୍ମଣଙ୍କ ଦ୍ୱାରା ପୂଜା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । । ଏହି ଅବସରରେ ଶିକ୍ଷକ ଅଲେଖ ଚନ୍ଦ୍ର ନାୟକଙ୍କ ପୈାରହିତ୍ୟରେ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିଥିଭାବେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ ସାମଲ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ସରପଞ୍ଚ ରଂଜନ କୁମାର ସାହୁ, ବ୍ଲକ ଉପାଧ୍ୟକ୍ଷା ମଂଜୁଲତା ଜେନା,ବିଜେଡି ବ୍ଲକ ସଭାପତି କମଳାକାନ୍ତ ସାହୁ , ଆଇନଜୀବି ମାଧବାନନ୍ଦ ଦାସ, ନବକିଶୋର ଜେନା, ଭରତ ଚନ୍ଦ୍ର ଜେନା, ଜଗନ୍ନାଥ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ । ଶିକ୍ଷକ ଶ୍ରୀକାନ୍ତ ପଣ୍ଡା ଅତିଥି ପରିଚୟ ଓ ଶିକ୍ଷକ ରମାକାନ୍ତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।


