୧୯୮୩ ମସିହା ମ୍ୟାଟ୍ରିକ୍ ବ୍ୟାଚର ବନ୍ଧୁମିଳନ କାର୍ଯ୍ୟକ୍ରମ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ସରକାରୀ ଉଚ୍ଚ ବାଳକ ବିଦ୍ୟାଳୟରୁ ୧୯୮୩ ମସିହା ବରିଷ୍ଠ ବିଭାଗରୁ ମ୍ୟାଟ୍ରିକ୍ ପାସ୍ କରିଥିବା ପୁରାତନ ଛାତ୍ରମାନଙ୍କର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ନିକଟସ୍ଥ କୁଡୁତୁଲି ନଦୀକୂଳରେ ପ୍ରାକୃତିକ ପରିବେଶରେ ୫ମ ଥର ପାଇଁ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଭୁବନେଶ୍ୱରରେ ରହୁଥିବା ହୃଷିକେଶ ପାତ୍ର, ନୂଆଦିଲ୍ଲୀରୁ ସଚ୍ଚିଦା ନନ୍ଦ ପାଢ଼ୀ, ବାଲିଗୁଡ଼ାରୁ ଅଧ୍ୟାପକ ଡଃ.ବିଭୂତି ଭୂଷଣ ଆଚାର୍ଯ୍ୟ, ଅଶୋକ କୁମାର ପଟ୍ଟନାୟକ ସୁଦର୍ଶନ ଚୌଧୁରୀ, ଶ୍ରୀନିବାସ ରାଓ, ରାଜକିଶୋର ଦାସ, ସୁରେନ୍ କୁମାର ଦାଶ, ରାଜକିଶୋର ପାଣିଗ୍ରାହୀ, ରଘୁନାଥ ମହାପାତ୍ର , ଫୁଲବାଣୀରୁ ସନ୍ନ୍ୟାସୀ ଦିଗାଳଙ୍କ ସମେତ ସେମାନଙ୍କ ପରିବାର ଯୋଗ ଦେଇ ଅତୀତ ର ସ୍ମୃତି ଚାରଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ