୧୯୮୮ ମାଟ୍ରିକ ବ୍ୟାଚ ଛାତ୍ରଛାତ୍ରୀ ମାନଙ୍କ ଗୁରୁପୂଜା ଏବଂ ବନ୍ଧୁମିଳନ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ ଅମରେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସର ରେ ଉକ୍ତ ବିଦ୍ୟାଳୟ ର ୧୯୮୮ ମାଟ୍ରିକ ବ୍ୟାଚ ଚାତ୍ରଛାତ୍ରୀ ଙ୍କ ଦ୍ଵାରା ଗୁରୁପୂଜନ କାର୍ଯ୍ୟକ୍ରମ ଓ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି ।ପ୍ରଥମେ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ଗୁରୁପୂଜନ କରାଯାଇଥିଲା । ଶିକ୍ଷକ ପ୍ରଭାତ କୁମାର ଦାଶ ଙ୍କ ଦ୍ଵାରା ଆୟୋଜିତ ସମ୍ବର୍ଧନା ଉତ୍ସବ କାର୍ଯ୍ୟକ୍ରମରେ ପୁର୍ବତନ ପ୍ରଧାନ ଶିକ୍ଷକ ଦ୍ଵିଜବର ମୁଦୁଲି , ଅବସରପ୍ରାପ୍ତ ପଣ୍ଡିତ ଗୋବିନ୍ଦ ଚନ୍ଦ୍ର ଦାଶ ,ଜଗମୋହନ ପାତ୍ର,ବିରଞ୍ଚି ନାରାୟଣ ଦାସ,ସତ୍ୟଜିତ ବାନାର୍ଜୀ, ରାଧାଶ୍ୟାମ ଓଝା,ପ୍ରଧାନ ଶିକ୍ଷୟତ୍ରୀ ପ୍ରେମଲତା ସାହୁ ପ୍ରମୁଖ ଙ୍କୁ ଛାତ୍ର ଛାତ୍ରୀ ମାନେ ସମ୍ବର୍ଦ୍ଧିତ କରି ସେମାନଙ୍କ ଠାରୁ ଆଶ୍ରିବାଦ ଗ୍ରହଣ କରିଥିଲେ। ଏହି ଅବସର ରେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଅତୀତ ର ସ୍ମୃତିଚାରଣ କରିଥିଲେ। ପରେ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୁରାତନ ଛାତ୍ରଛାତ୍ରୀଙ୍କ ଏଭଳି କାର୍ଯ୍ୟକ୍ରମ କୁ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ପ୍ରଶଂସା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ