୧୯୯୪ ବ୍ୟାଚ ବନ୍ଧୁମିଳନ ପାଇଁ ପ୍ରସ୍ତୁତି ବୈଠକ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍):ନାଉଗାଁ ବ୍ଳକ ଶିଖର ପଂଚାୟତସ୍ଥିତ ଅଙ୍ଗେଶ୍ୱରପଡା ଉଚ୍ଚ ବିଦ୍ୟାଳୟର ୧୯୯୪ ମାଟ୍ରିକ ବ୍ୟାଚର ଛାତ୍ରଛାତ୍ରୀଙ୍କ ପକ୍ଷରୁ ବନ୍ଧୁମିଳନ ଉତ୍ସବ ପାଇଁ ପ୍ରସ୍ତୁତି ଏକ ବୈଠକ ଅନୁଷ୍ଟିତ ହୋଇଯାଇଛି । ଉକ୍ତ ବ୍ୟାଚର ଛାତ୍ର ସଂଜୟ ପରିଡାଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ନିର୍ମଳ ଜେନା,ସୁନାକର ସେଠୀ,ପ୍ରକାଶ ଜେନା,ମମତା ପରିଡା,ମଂଜୁଲତା ଜେନା,ନୃସିଂହ ଲେଙ୍କା, ରିନା ବେହୁରା,ମାନସ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତା ୨୯ ତାରିଖ ରବିବାର ଉକ୍ତ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି ।