୧୯୯୪ ମାଟ୍ରିକ ବ୍ୟାଚର ବନ୍ଧୁମିଳନ
ନିମାପଡ଼ା, (ସନ୍ତୋଷ ଦାଶ):ନିମାପଡା ବ୍ଲକ ଅମରେଶ୍ଵର ହାଇସ୍କୁଲ ର ୧୯୯୪ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ ଉତ୍ସବ ଅମରେଶ୍ୱର ନିକଟସ୍ଥ ଗଡ ଅମର ପ୍ରସାଦ କ୍ଷୀରଗଛ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଶହେ ରୁ ଉର୍ଦ୍ଧ ବନ୍ଧୁ ଯୋଗଦାନ କରିଥିଲେ ଓ ଉତ୍ସବ କୁ କୈଳାସ ସାହୁ ଏବଂ ନଳୀନିକାନ୍ତ ତ୍ରିପାଠି ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ପୁରାତନ ଶିକ୍ଷକ ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ମାନୀତ କରାଯାଇଥିଲା। ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ପୁରୁଣା ଦିନର ସ୍ମୃତି ମନେପକାଇ ବହୁତ ହସ ଖୁସି କରିଥିଲେ ।ବନ୍ଧୁ ମିଳନ ରେ ଶିକ୍ଷକ ଓ ସମସ୍ତ ଛାତ୍ର ନିଜ ନିଜ ର ସେ ବେଳ ର ସ୍ମୃତି ପ୍ରକାଶ କରିଥିଲେ। ଦୀର୍ଘ ବର୍ଷ ପରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ହୋଇଥିବାରୁ ସମସ୍ତ ବନ୍ଧୁଙ୍କ ମନରେ ଖୁସିର ଲହରୀ ଖେଳିଯାଇଥିଲା । ପ୍ରତିବର୍ଷ ଏହିପରି ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ କରାଯିବାକୁ ସ୍ଥିର କରାଯାଇଥିଲା