୧୯୯୫ ବ୍ୟାଚ ର ପୁରାତନ ଛାତ୍ରଙ୍କ ର ବନ୍ଧୁ ମିଳନ
ଛତ୍ରପୁର, (ଦେବଦତ୍ତ ମହାରଣା) : ସ୍ଥାନୀୟ ରିକାପଲ୍ଲୀ ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ୧୯୯୫ ବ୍ୟାଚ ର ପୁରାତନ ଛାତ୍ରଙ୍କ ର ବନ୍ଧୁ ମିଳନ ହୋଇଥିଲା I ନୂତନ ପ୍ରଧାନ ଶିକ୍ଷୟିତ୍ରୀ ସାବିତ୍ରୀ ଦାଶ , ସ୍କୁଲ ର ସଭାପତି ଏନ. ମଧୁସୂଦନଙ୍କ ତତ୍ଵାବଧାନ ରେ ଏକ ସଭା ର ଆୟୋଜନ କରଯାଇଥିଲା, ସେଥିରେ ପୂର୍ବତନ ଛାତ୍ର ଜୀବନ କୁମାର ମହାରଣା ଏବଂ ଅଶୋକ କୁମାର ସେନାପତି ସଭାର ଦାୟୀତ୍ଵ ଗ୍ରହଣ କରିଥିଲେ ତାଙ୍କ ସହ ଛାତ୍ର ବୃନ୍ଦ ଏନ. ରସ୍ମିତ, ଅରୁଣ କୁମାର ନାୟକ, ଯୁଧିଷ୍ଟିର ରାଉଳ, ଶେଖର କୁମାର ସେନାପତି, ରାମପାଣି କୁମାର, ଶିବ ପ୍ରସାଦ ଦାଶ, ଗୌତମ ସାହୁ ଓ ସଞ୍ଜୀତ କୁମାର ସେନାପତି ଯୋଗ ଦାନ କରି ସଭା କୁ ଆଗକୁ ବଢାଇ ଥିଲେ ଏହି ସଭାରେ ସ୍କୁଲ ର ଉର୍ନତି ପାଇଁ ବିଭିର୍ଣ୍ଣ ବିଷୟ ରେ ଆଲୋଚନା ହେଇଥିଲା , ନୂତନ ଶିକ୍ଷୟିତ୍ରୀ ଶ୍ ସାବିତ୍ରୀ ଦାଶ ଙ୍କୁ ପୁଷ୍ପ ଗୁଚ୍ଛ ସହ ସଂମ୍ମାନୀତ କରଯାଇଥିଲା ଏବଂ ଜୀବନ କୁମାର ମହାରଣା କିଛି ପୁସ୍ତକ ସ୍କୁଲ ର ଲାଇବ୍ରେରୀ କୁ ଦାନ କରିଥିଲେ I ଏଥିରେ ଶିକ୍ଷୟିତ୍ରୀ ରଞ୍ଜିତା ପଣ୍ଡା , ବବିତା ପଟ୍ଟନାୟକ, ସଂଯୁକ୍ତା ପାଣିଗ୍ରାହୀ, ତମଶା ମହାପାତ୍ର , ସୁଜାତା ପାଢୀ , ଉଷାରାଣୀ ପଣ୍ଡା, ଜୟ ଲକ୍ଷ୍ମୀ ବେହେରା , କେ. ତ୍ରିବେଣୀ, ପୂର୍ଣପ୍ରିୟା ନାୟକ ସ୍କୁଲ ର ଉର୍ନତି ନିମନ୍ତେ ମତାମତ ପ୍ରଦାନ କରିଥିଲେ ଏବଂ ପ୍ରଧାନ ଶିକ୍ଷୟତ୍ରୀ ସ୍କୁଲ ର ସ୍ବଚ୍ଛତା ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ମଧ୍ୟ କରି ଥିଲେ I ସଭାପରି ଶେଷରେ ସ୍କୁଲ ର ସଭାପତି ଏନ. ମଧୁସୂଦନ ପୁରାତନ ଛାତ୍ର ମାନଙ୍କୁ ଧନ୍ୟବାଦ ଅର୍ପଣ ସହ କୃତଜ୍ଞତା ଜ୍ଞାପନ କରିଥିଲେ I