ଜାତୀୟ ସଡକ ସୁରକ୍ଷା ମାସ ଆଜି ଠାରୁ ଶୁଭାରମ୍ଭ

ଛତ୍ରପୁର,(ଦେବଦତ୍ତ ମହାରଣା) : ଏଣିକି ବିନା ହେଲମେଟରେ ଧରାପଡିଲେ ଜୋରିମାନା ସହ ଘଟଣାସ୍ଥଳରେ ହେଲମେଟ ପ୍ରଦାନ କରାଯାଇ ବାଇକଧାରୀ ମାନଙ୍କ ଠାରୁ ହେଲମେଟ ର ଟଙ୍କା ହାସଲ କରାଯିବ ବୋଲି ଛତ୍ରପୁର ଠାରେ ଅନୁଷ୍ଠିତ ଜାତୀୟ ସଡକ ସୁରକ୍ଷା ମାସ -୨୦୨୧ ର ଉଦଘାଟନୀ ଉତ୍ସବରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗ ଦେଇ କହିଛନ୍ତି । ଚଳିତ ବର୍ଷ ଜାନୁୟାରୀ ୧୮ ତାରିଖ ଠାରୁ ଫେବୃୟାରୀ ୧୭ ତାରିଖ ପର୍ଯ୍ୟନ୍ତ ଜାତୀୟ ସଡକ ସୁରକ୍ଷା ମାସ-୨୦୨୧ ପାଳନ କରାଯିବ । ଜିଲ୍ଲାରେ ଆଜିଠୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ସଡକ ସୁରକ୍ଷା ସପ୍ତାହ ମଧ୍ୟ ପାଳନ କରାଯାଉଛି । ଏନେଇ ଆଜି ସ୍ଥାନୀୟ ଅନସ୍ଲୋ ହାଇସ୍କୁଲ ସମ୍ମୁଖ ମିନି ଷ୍ଟାଡିୟମ ନିକଟରେ ଦୁଇଟି ସଚେତନତା ରଥକୁ ସବୁଜ ପତାକା ଦେଖାଇ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଉଦଘାଟନ କରିଥିଲେ । ଫିଲ୍ମରେ ହିରୋ ମାନେ ଯେପରି ବିନା ହେଲମେଟରେ ବାଇକ ସ୍ପିଡ ଚଲାଇ ଆକ୍ଟିଙ୍ଗ କରୁଛନ୍ତି ସେଥିପାଇଁ ସେମାନଙ୍କୁ ପ୍ରାପ୍ୟ ମିଳୁଛି କିନ୍ତୁ ଆଜିକାଲିର ଯୁବ ପିଢି ମାନେ ହିରୋଗିରି ଦେଖାଇ ବିନା ହେଲମେଟରେ ଗାଡି ଚଲାଇବା ବେଳେ ଭୁଲିଯାଉଛନ୍ତି ସେମାନଙ୍କ ଉପରେ ତାଙ୍କ ପରିବାରର ବୋଝ କିମ୍ବା ସେମାନଙ୍କ ଆସିବା ବାଟକୁ ପରିବାରର ଲୋକେ ଅନେଇ ବସିଛନ୍ତି । ତାଙ୍କୁ କଣ ହେଲେ ପରିବାର ବହୁତ ଅସୁବିଧାରେ ସମ୍ମୁଖିନ ହେବା ସହ ସେ ନିଜେ ବି ଏହାର ପରିଣାମ ଭୋଗିବେ ତେଣୁ ସମସ୍ତେ ମୋଟର ସାଇକେଲ ଚଳାଇବା ବେଳେ ହେଲମେଟ ବ୍ୟବହାର କରିବା ଆବଶ୍ୟକ ରହିଛି । କରୋନା ଦାଉରୁ ଆମେ ସୁରକ୍ଷିତ ରହିବା ପାଇଁ ମାସ୍କର ବ୍ୟବହାର କରୁଛେ ସେମିତି ଜୀବନର ସୁରକ୍ଷା ପାଇଁ ହେଲମେଟ ର ନିହାତି ଆବଶ୍ୟକତା ରହିଛି । ଏହା ସହିତ ଆଜିଠାରୁ ବିନା ହେଲମେଟ ବାଇକଧାରୀ ମାନଙ୍କ ଠାରୁ ଜୋରିମାନା ସହ ଆଇ ଏସ ଆଇ ମାର୍କାର ହେଲମେଟ ଘଟଣାସ୍ଥଳରେ ପ୍ରଦାନ କରାଯାଇ ତାର ମୁଲ୍ୟ ମଧ୍ୟ ଆଦାୟ କରିବାକୁ ଗଞ୍ଜାମ ଆରଟିଓ ବିକାଶ ଚନ୍ଦ୍ର ଚୈାଧୁରୀଙ୍କୁ ଜିଲ୍ଲାପାଳନିର୍ଦ୍ଦେଶ ଦେଇଛନ୍ତି ।
ଅନ୍ୟତମ ଅତିଥି ଭାବେ ଗଞ୍ଜାମ ଅତିରିକ୍ତ ଏସପି ବିଜୟ କୁମାର ମଲ୍ଲିକ ଯୋଗ ଦେଇ ସଡକ ସୁରକ୍ଷା ଜୀବନ ରକ୍ଷା ସଂପର୍କରେ ସଚେତନତା କରାଇଥିଲେ । ସଡକ ଦୁର୍ଘଟଣା ଜନିତ ମୃତ୍ୟୁକୁ ହ୍ରାସ କରିବା , ନିଶାସକ୍ତ ଅବସ୍ଥାରେ ଗାଡି ଚାଳନା , ଗାଡି ଚାଳନା ସମୟରେ ମୋବାଇଲ ବ୍ୟବହାର, ଦୃତ ଗତିରେ ଓ ବିନା ହେଲମେଟରେ ଗାଡି ଚାଳନା, ଓଭର ଲୋଡିଁ , ମାଲବୁହା ଯାନରେ ଯାତ୍ରୀ ନେବା ଆଣିବା କରିବା ଉପରେ କୌଣସି କୋହଳ ମନୋଭାବ ପୋଷଣ ନକରି ଜୋରିମାନା ଆଦାୟ ସହ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯିବ ବୋଲି ଗଞ୍ଜାମ ଆରଟିଓ ବିକାଶ ଚନ୍ଦ୍ର ଚୈାଧୁରୀ କହିଥିଲେ । ଭଞ୍ଜନଗର ଓ ଗଞ୍ଜାମ ଆରଟିଓ କାର୍ଯ୍ୟାଳୟ ପକ୍ଷରୁ ଶୁଭାରମ୍ଭ ହୋଇଥିବା ଦୁଇଟି ସଚେତନତା ରଥ ଜିଲ୍ଲାର ସମସ୍ତ ଅଂଚଳ ବୁଲି ଏହା ଉପରେ ସଡକ ସୁରକ୍ଷା ଜୀବନ ରକ୍ଷା ଉପରେ ସଚେତନତା କରାଇବ ବୋଲି ମଧ୍ୟ ସେ କହିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଏମଭିଆଇ ଶିବ ଶଙ୍କର ଚୈାଧୁରୀ, ଭଞ୍ଜନଗର ଏମଭିଆଇ ଲକ୍ଷ୍ମୀ ପ୍ରସାଦ ପଟ୍ଟନାୟକ, ଛତ୍ରପୁର ଏସଡିପିଓ ଗୈାତମ କିଷାନ, ଛତ୍ରପୁର ଥାନା ଅଧିକାରୀ ପ୍ରିୟସ୍ ରଂଜନ ଛୋଟରାୟ ଙ୍କ ସମେତ ବହୁ ଛାତ୍ରଛାତ୍ରୀ ଏବଂ ବିଭାଗୀୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରବି ନାରାୟଣ ବେହେରା ସଂଯୋଜନା କରିଥିବା ବେଳେ ପରିଚାଳନା ରେ ଗଂଜାମ ଆରଟିଓଙ୍କ କାର୍ଯ୍ୟାଳୟର କର୍ମଚାରୀ ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ