୧୯୯୭ ବ୍ୟାଚର ବନ୍ଧୁ ମିଳନ ଓ ସମ୍ବର୍ଦ୍ଧନା ଉତ୍ସବ
ନାଉଗାଁ,:ନାଉଗାଁ ବ୍ଲକ ଦହିପାଳସ୍ଥିତ ନନ୍ଦକେଶ୍ୱର ଉଚ୍ଚ ବିଦ୍ୟାଳୟର ୧୯୯୭ ବ୍ୟାଚର ବନ୍ଧୁ ମିଳନ ଓ ସମ୍ବର୍ଦ୍ଧନା ଉତ୍ସବ ବିଦ୍ୟାଳୟ ପରିସରରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପୁଷ୍ପାଂଜଳୀ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥିଭାବେ ବିଦ୍ୟାଳୟ ପ୍ରତିଷ୍ଠାତା ତଥା ବରିଷ୍ଠ ଶିକ୍ଷାବିତ ବ୍ରହ୍ମାନନ୍ଦ ଜେନା ଯୋଗ ଦେଇ ପୁରାତନ ଛାତ୍ରଛାତ୍ରୀଙ୍କର ଏତାଦୃଶ୍ୟ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ତାଙ୍କ ସହିତ ଶିକ୍ଷକ ଫକୀର ଚରଣ ସ୍ୱାଇଁ, ପଣ୍ଡିତ ବିଶ୍ୱନାଥ ନାୟକ, ଅଭିମନ୍ୟୁ ସାରେ, ଶିକ୍ଷୟତ୍ରୀ ବାସନ୍ତୀ କୁମାରୀ ସ୍ୱାଇଁ, ବିଦ୍ୟୁତ ପ୍ରଭା ସ୍ୱାଇଁ, ପ୍ରଶାନ୍ତ କୁମାର ଦାସ, ତ୍ରିଲୋଚନ ପାଢୀ ପ୍ରମୂଖ ଯୋଗ ବନ୍ଧୁ ମିଳନ ଉପରେ ଗୁରୁତ୍ୱାରୋପ କରିଥିଲେ ।ଏହି ଉପଲକ୍ଷେ ପୁରାତନ ଛାତ୍ରଛାତ୍ରୀଙ୍କ ତରଫରୁ ବିଦ୍ୟାଳୟ ପ୍ରତିଷ୍ଠାତା ତଥା ବରିଷ୍ଠ ଶିକ୍ଷାବିତ ବ୍ରହ୍ମାନନ୍ଦ ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ପରିଚାଳକ ଭାବେ ଅଭୟ ବାରିକ,ଆଦର୍ଶ ସ୍ୱାଇଁ,ଆଶିଷ ପରିଡା,ତ୍ରିଲୋଚନ ପାଢୀଙ୍କ ସମେତ ୧୯୯୭ ବ୍ୟାଚର ସମସ୍ତ ଛାତ୍ରଛାତ୍ରୀ ପରିଚାଳନା କରିଥିଲେ ।