୨୦୦୪ ପରବର୍ତ୍ତୀ ସମସ୍ତ ବର୍ଗର ଶିକ୍ଷକ-ଅଧ୍ୟାପକ-କର୍ମଚାରୀଙ୍କୁ ପୁରୁଣା ପନ୍‌ସନ ଦିଆଯାଉ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନ କରୁଥିବା ପ୍ରାୟ ଏକଲକ୍ଷ ତିରିଶ ହଜାର ପ୍ରାଥମିକ ଶିକ୍ଷକ, ବାଇଶି ହଜାର ଏକ୍ସ-କ୍ୟାଡ଼ର ଶିକ୍ଷକ (ପୂର୍ବତନ ଗଣଶିକ୍ଷକ) ଓ ନୂତନ ଅନୁଦାନପ୍ରାପ୍ତ (ପୂର୍ବତନ ବ୍ଲକଗ୍ରାଣ୍ଟ) ପ୍ରାପ୍ତ ହାଇସ୍କୁଲ୍ ଓ କଲେଜ ଗୁଡ଼ିକର ପ୍ରାୟ ପଚାଶ ହଜାର ଶିକ୍ଷକ-ଅଧ୍ୟାପକ-କର୍ମଚାରୀ ପୁରାତନ ପେନ୍‌ସନ ସ୍କିମ (ଓ.ପି.ଏସ୍‌)ରୁ ବଞ୍ôଚତ । ପ୍ରାଥମିକ ବିଦ୍ୟାଳୟର ଏକଲକ୍ଷ ତିରିଶ ହଜାର ଓ ହାଇସ୍କୁଲ୍ ଚୁକ୍ତିଭିତ୍ତିକ ନିଯୁକ୍ତ ପ୍ରାୟ ତିରିଶ ହଜାର ଶିକ୍ଷକମାନଙ୍କୁ ଅମାନବୀୟ ଏନ୍‌.ପି.ଏସ୍ ସହ ସାମିଲ୍ କରାଯାଇଛି । ନୂତନ ଅନୁଦାନ ପ୍ରାପ୍ତ ହାଇସ୍କୁଲ୍ ଓ କଲେଜରୁ ହଜାର ହଜାର ଶିକ୍ଷକ-ଅଧ୍ୟାପକ-କର୍ମଚାରୀ କୌଣସି ପ୍ରକାର ପେନ୍‌ସନ ନ ପାଇ ରିକ୍ତ ହସ୍ତରେ ଅବସର ନେଇ ଏକ ଦୁର୍ବିସହ ଜୀବନ ଯାପନ କରୁଛନ୍ତି । ଗତବର୍ଷ ନୂତନ ପେନ୍‌ସନ ସ୍କିମ୍ ଅନ୍ତର୍ଭୁକ୍ତ ଲକ୍ଷାଧିକ ପ୍ରାଥମିକ ଶିକ୍ଷକମାନଙ୍କର ଆନ୍ଦୋଳନକୁ ସରକାର ଭଣ୍ଡୁର କରିଦେଇଛନ୍ତି । ନୂତନ ଅନୁଦାନପ୍ରାପ୍ତ ହାଇସ୍କୁଲର ପ୍ରାୟ ଚାରିହଜାର ଅବସରପ୍ରାପ୍ତ ଶିକ୍ଷକ-କର୍ମଚାରୀ, ପ୍ରାଥମିକ ବିଦ୍ୟାଳୟର ଏକ୍ସ-କ୍ୟାଡ଼ର ଶିକ୍ଷକ, ସ୍ୱତନ୍ତ୍ର ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ-କର୍ମଚାରୀ, ୬୬୨ ବର୍ଗର ଅଧ୍ୟାପକ-କର୍ମଚାରୀ ଓ ୨୦୦୮ ମସିହା ପରେ ମହାବିଦ୍ୟାଳୟ ଗୁଡ଼ିକରେ ପରିଚାଳନା ସମିତି ଦ୍ୱାରା ନିଯୁକ୍ତ ପ୍ରାୟ ସାତ ହଜାର ଅଧ୍ୟାପକ-କର୍ମଚାରୀ ଦୀର୍ଘଦିନ ହେଲା ଆନ୍ଦୋଳନରତ ।
ଏଣୁ ସମସ୍ତ କାର୍ଯ୍ୟରତ ନୂତନ ପେନସନ ସ୍କିମ୍ ଅନ୍ତର୍ଭୁକ୍ତ ଶିକ୍ଷକ-କର୍ମଚାରୀ, କାର୍ଯ୍ୟରତ ଓ ଅବସରପ୍ରାପ୍ତ ସମସ୍ତ ନୂତନ ଅନୁଦାନପ୍ରାପ୍ତ ଶିକ୍ଷକ-ଅଧ୍ୟାପକ-କର୍ମଚାରୀ ସହ ସମସ୍ତ ଏକ୍ସ-କ୍ୟାଡ଼ର ଶିକ୍ଷକ ଓ ମହାବିଦ୍ୟାଳୟ ଗୁଡ଼ିକରେ ୨୦୦୮ ମସିହା ପରବର୍ତ୍ତୀ ନିଯୁକ୍ତ ସମସ୍ତ ଅଧ୍ୟାପକ-କର୍ମଚାରୀଙ୍କୁ ନିୟମିତ କରି ପୁରାତନ ପେନସନ ଯୋଜନାରେ ସାମିଲ୍ କରିବା ପାଇଁ ଡି.ଟି.ଓ ଦୃଢ ଦାବୀ କରୁଛି ।
ଶିକ୍ଷକ ସମାଜ ମର୍ଯ୍ୟାଦାର ସହ ବଞ୍ôଚ ରହିବା ପାଇଁ ପ୍ରାୟ ଦୁଇଲକ୍ଷ ଶିକ୍ଷକ ଅଧ୍ୟାପକ ଓ କର୍ମଚାରୀଙ୍କ ପାଇଁ ପୁରାତନ ପେନସନ ସ୍କିମ୍ କାର୍ଯ୍ୟକାରୀ ନକଲେ ଓ ନିକଟରେ ହାଇକୋର୍ଟ ଦେଇଥିବା ନୂତନ ଗ୍ରାଣ୍ଟ-ଇନ୍‌-ଏଡ୍ ପାଇଥିବା ଅବସରପ୍ରାପ୍ତ ଶିକ୍ଷକମାନଙ୍କ ପକ୍ଷରେ ଦେଇଥିବା ରାୟକୁ ସମସ୍ତ ବର୍ଗର ଶିକ୍ଷକଙ୍କ ପାଇଁ କାର୍ଯ୍ୟକାରୀ ନକଲେ ଡି.ଟି.ଓ ରାଜ୍ୟର ସମସ୍ତ ଶିକ୍ଷକ ସଂଗଠନମାନଙ୍କ ସହାୟତାରେ ଏକ ଦୁର୍ବାର ଶିକ୍ଷକ ଆନ୍ଦୋଳନ ଗଢିତୋଳିବା ପାଇଁ ପ୍ରୟାସ ଜାରି ରଖିବ ବୋଲି ଡେମୋକ୍ରାଟିକ ଟିଚର୍ସ ଅର୍ଗାନାଇଜେସନର ରାଜ୍ୟ ସଭାପତି ବିଭୂତି ଭୂଷଣ ନାୟକ, ସମ୍ପାଦକ ନୃସିଂହ ଚରଣ ପଣ୍ଡା, କ୍ଷୀରୋଦ ଚନ୍ଦ୍ର କର, କେଶବ ଚନ୍ଦ୍ର ବିଶ୍ୱାଳ, ସତ୍ୟନାରାୟଣ ଭୋଳ, ଓସନ୍‌ଲିଆର ରାଜ୍ୟ ସଭାପତି ବିଶ୍ୱରଞ୍ଜନ ଦାସ, ଅଧ୍ୟାପକ ଡଃ ପ୍ରଦୀପ୍ତ ଷଢଙ୍ଗୀ, ଅଧ୍ୟାପକ ଲକ୍ଷ୍ମୀଧର ସାମଲ୍ ଇତ୍ୟାଦି ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ