ବିପର୍ଯ୍ୟୟ ପରିଚାଳନାରେ ନାଗରିକ ସହଭାଗିତା ସବୁଠାରୁ ବଡ ଅସ୍ତ୍ର:ମନ୍ତ୍ରୀ ସୁଦାମ ମାର୍ଣ୍ଡି
ବାଲେଶ୍ୱର, (ସରୋଜ ପଣ୍ଡା) :ବାଲେଶ୍ୱର ଜିଲ୍ଲା ମହୋତ୍ସବ କୋଶମ୍ୱ-୨୦୨୪ ଏହାର ଚତୁର୍ଥ ସନ୍ଧ୍ୟାରେ ‘ବିପର୍ଯ୍ୟୟ ପରିଚାଳନା – ବାହାନଗା’ କୁ କେନ୍ଦ୍ର କରି ଉଦ୍ଘାଟିତ ହୋଇଯାଇଛି I ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଆଜି ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ସୁଦାମ ମାର୍ଣ୍ଡି ଯୋଗ ଦେଇଥିଲେ I ଏଥିସହିତ ସମ୍ମାନନୀୟ ଅତିଥି ଭାବେ ସଦର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସ୍ୱରୂପ କୁମାର ଦାସ, ରେମୁଣା ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ପରିଡା, କେନ୍ଦ୍ରାଞ୍ଚଳ ଆରଡିସି ଡ଼ ସୁରେଶ ଚନ୍ଦ୍ର ଦଳାଇ, ପୂର୍ବାଞ୍ଚଳ ଆଇ.ଜି ଶ୍ରୀଯୁକ୍ତ ହିମାଂଶୁ ଲାଲ, ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ସାଗରିକା ନାଥ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀଯୁକ୍ତ ସୁଧାକର ନାୟକ ଏବଂ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀମତୀ ପ୍ରିୟଦର୍ଶିନୀ ମଲ୍ଲିକ ପ୍ରମୁଖ ମଞ୍ଚାସୀନ ଥିଲେ I ସଭା ପ୍ରାରମ୍ଭରେ ଦିବଂଗତ ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ବିଶ୍ୱରଞ୍ଜନ ମହାନ୍ତିଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଜିଲ୍ଲାର ବରିଷ୍ଠ ପଦାଧିକାରୀମାନେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଏକ ମିନିଟର ନିରବ ପ୍ରାର୍ଥନା କରାଯାଇଥିଲା I ଗତ ୨୦୨୩ ମସିହା ଜୁନ ତା ୦୨ ରିଖରେ ଘଟିଥିବା ମର୍ମନ୍ତୁଦ ବାହାନଗା ରେଳ ଦୁର୍ଘଟଣା ଉଦ୍ଧାର କାର୍ଯ୍ୟ ପାଇଁ ଆଗେଇ ଆସିଥିବା ସ୍ବେଚ୍ଛାସେବୀଙ୍କ ଅକ୍ଲାନ୍ତ ପରିଶ୍ରମ ଓ ଉତ୍ସର୍ଗୀକୃତ ସେବାକୁ ମୁଖ୍ୟ ଅତିଥି ଭୁରି ଭୁରି ପ୍ରସଂଶା କରିଥିଲେ। “ବିପର୍ଯ୍ୟୟ ପରିଚାଳନାରେ ନାଗରିକ ସହଭାଗିତା ସବୁଠାରୁ ବଡ ଅସ୍ତ୍ର I ବାଲେଶ୍ୱର ଜିଲ୍ଲା ପ୍ରଶାସନ, ବାହାନଗା ବାସିନ୍ଦା, ସ୍ବେଚ୍ଛାସେବୀ ଅନୁଷ୍ଠାନ ଏବଂ ପ୍ରତିକ୍ରିୟା ବାହିନୀ ସେମାନଙ୍କର ସମୟାନୁବର୍ତ୍ତୀ, ନିସ୍ଵାର୍ଥପର ସେବା ସହିତ ଆମର ମୁଣ୍ଡକୁ ଉଚ୍ଚ କରି ରଖିଛନ୍ତି,” ବୋଲି ମତ ପ୍ରକାଶ କରିଛନ୍ତି ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ସୁଦାମ ମାର୍ଣ୍ଡି I ଏହି ପରିପ୍ରେକ୍ଷୀରେ ବାହାନଗା ରେଳ ଦୁର୍ଘଟଣାର ଉଦ୍ଧାର କାର୍ଯ୍ୟରେ ଯୋଗଦେଇ ଉତ୍ତମ ମାନବିକତାର ଉଦାହରଣ ଦେଇଥିବା ସ୍ବେଚ୍ଛାସେବୀ ଅନୁଷ୍ଠାନ, ସ୍ୱୟଂ ସହାୟକ ଗୋଷ୍ଠୀ, ବିଭିନ୍ନ ବିଭାଗ, ବିଭାଗୀୟ ଅଧିକାରୀଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ I ଜିଲ୍ଲା ଜରୁରୀକାଳୀନ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ବିପର୍ଯ୍ୟୟ ପରିଚାଳନା କର୍ମଶାଳା ଥିଲା ଆଜି ଦିନର ମୁଖ୍ୟ ଆକର୍ଷଣ I ଅଂଶଗ୍ରହଣକାରୀମାନେ ସୂଚନାଯୋଗ୍ୟ ଅଧିବେଶନରେ ନିୟୋଜିତ ହୋଇ ବିପର୍ଯ୍ୟୟ ମୁକାବିଲା ରଣନୀତି ଉପରେ ମୂଲ୍ୟବାନ ଜ୍ଞାନ ଆହରଣ କରିଥିଲେ I ଏହି ମହୋତ୍ସବର ଚତୁର୍ଥ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ତଥା ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଜାତୀ


