୨୦୧୮’ସଡ଼କ ଦୁର୍ଘଟଣା ରିପୋର୍ଟ ଜାରି
ସଡ଼କ ସୁରକ୍ଷା ଉପାୟ ଦ୍ୱାରା ୨୦୧୦ରୁ ୨୦୧୮ ମଧ୍ୟରେ ଦୁର୍ଘଟଣା ହ୍ରାସ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଆଜି ‘ଭାରତରେ ସଡ଼କ ଦୁର୍ଘଟଣା-୨୦୧୮’ ରିପୋର୍ଟ’ ଜାରି କରାଯାଇଛି । ଏହା ହେଉଛି ମନ୍ତ୍ରଣାଳୟ ଅଧୀନ ପରିବହନ ଗବେଷଣା ଶାଖାର ବାର୍ଷିକ ପ୍ରକାଶନୀ, ଯେଉଁଥିରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ପୋଲିସ ଠାରୁ ମିଳିଥିବା ତଥ୍ୟ ଆଧାରରେ ଦୁର୍ଘଟଣା, ମୃତ ଏବଂ ଆହତଙ୍କ ସଂଖ୍ୟାର ବର୍ଷୱାରୀ ବିବରଣୀ ଉପଲବ୍ଧ କରାଯାଇଥାଏ । ରିପୋର୍ଟର ପ୍ରମୁଖ ନିଷ୍କର୍ସ ନିମ୍ନରେ ଦିଆଗଲା : ରିପୋର୍ଟ ଅନୁଯାୟୀ, ୨୦୧୮ ବର୍ଷରେ ଦେଶରେ ସଡ଼କ ଦୁର୍ଘଟଣାରେ ୦.୪୬ ପ୍ରତିଶତ ବୃଦ୍ଧି ଘଟିଛି ।ଚା ୨୦୧୭ରେ ୪,୬୪,୯୧୦ଟି ଦୁର୍ଘଟଣା ତୁଳନାରେ ୨୦୧୮ରେ ୪,୬୭,୦୪୪ଟି ସଡ଼କ ଦୁର୍ଘଟଣା ଘଟିଛି । ଏହି ଅବଧି କାଳରେ ମୃତ୍ୟୁ ହାର ମଧ୍ୟ ପାଖାପାଖି ୨.୩୭ ପ୍ରତିଶତ ବୃଦ୍ଧି ପାଇଛି । ୨୦୧୭ରେ ୧,୪୭,୯୧୩ ଜଣ ମୃତ୍ୟୁବରଣ କରିଥିବା ବେଳେ ୨୦୧୮ରେ ୧,୫୧,୪୭୧ ଜଣ ମୃତ୍ୟୁବରଣ କରିଛନ୍ତି । ସଡ଼କ ଦୁର୍ଘଟଣାରେ ଆହତଙ୍କ ସଂଖ୍ୟା ୨୦୧୭ ତୁଳନାରେ ୨୦୧୮ରେ ୦.୩୩ ପ୍ରତିଶତ ହ୍ରାସ ପାଇଛି । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ୨୦୧୦ ପର୍ଯ୍ୟନ୍ତ ଦୁର୍ଘଟଣା, ମୃତକ ଏବଂ ଆହତଙ୍କଚା ସଂଖ୍ୟାରେ ନିରନ୍ତର ବୃଦ୍ଧି ଘଟିଚାଲିଥିଲା । ଏହାର କିଛି ବର୍ଷ ପର୍ଯ୍ୟନ୍ତ ଦୁର୍ଘଟଣା ସଂଖ୍ୟାରେ ସାମାନ୍ୟ ହ୍ରାସବୃଦ୍ଧି ଦେଖାଦେବା ପରେ ଏହା ଏବେ ଅନେକାଂଶରେ ସ୍ଥିର ହୋଇଯାଇଛି । ଏହାବ୍ୟତୀତ ୨୦୧୦- ୨୦୧୮ ଅବଧି ମଧ୍ୟରେ ଦୁର୍ଘଟଣା ସହିତ ଦୁର୍ଘଟଣାର ବାର୍ଷିକ ବୃଦ୍ଧି ହାର ମଧ୍ୟ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି । ଗାଡ଼ିମୋଟର ସଂଖ୍ୟା ବୃଦ୍ଧି ସତ୍ୱେ ଗତ ଦଶନ୍ଧି ତୁଳନାରେ ଦୁର୍ଘଟଣା କମ ରହିଛି । ସମଗ୍ର ସଡ଼କ ନେଟୱର୍କର ୧.୯୪ ପ୍ରତିଶତ ଅଂଶ ହେଉଛି ଜାତୀୟ ରାଜପଥ । ୨୦୧୮ରେ ଏଥିରେଚା ମୋଟ ସଡ଼କ ଦୁର୍ଘଟଣାର ୩୦.୨ ପ୍ରତିଶତ ଏବଂ ମୋଟ ମୃତ୍ୟୁର ୩୫.୭ ପ୍ରତିଶତ ଘଟଣା ଘଟିଛି । ସେହିପରି ସଡ଼କ ନେଟୱର୍କର ୨.୯୭ ପ୍ରତିଶତ ଅଂଶ ଅକ୍ତିଆର କରିଥିବା ରାଜ୍ୟ ରାଜପଥ ୨୫.୨ ପ୍ରତିଶତ ଦୁର୍ଘଟଣା ଏବଂ ୨୬.୮ ପ୍ରତିଶତ ମୃତ୍ୟୁର କାରଣ ସାଜିଛି । ଅନ୍ୟାନ୍ୟ ସଡ଼କ ମୋଟ ସଡ଼କ ନେଟୱର୍କର ୯୫.୧ ପ୍ରତିଶତ ସ୍ଥାନ ହାସଲ କରିଥିବା ବେଳେ ଏଥିରେ ଯଥାକ୍ରମେ ୪୫ ପ୍ରତିଶତ ଦୁର୍ଘଟଣା ଏବଂ ୩୮ ପ୍ରତିଶତ ଦୁର୍ଘଟଣାଜନିତ ମୃତ୍ୟୁ ଘଟଣା ଘଟିଛି । ଦୁର୍ଘଟଣାଜନିତ ମୃତକଙ୍କ ମଧ୍ୟରେ ପାଦରେ ଚାଲି ଯାଉଥିବା ଲୋକଙ୍କ ସଂଖ୍ୟା ୧୫ ପ୍ରତିଶତ ଥିବାଚା ବେଳେ ୨.୪ ପ୍ରତିଶତ ସାଇକେଲ ଚାଳକ, ୩୬.୫ ପ୍ରତିଶତ ଦୁଇ ଚକିଆ ଗାଡ଼ି ଚାଳକ ରହିଛନ୍ତି । ଏହି ଶ୍ରେଣୀ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟାର ୫୩.୯ ପ୍ରତିଶତ ହୋଇଥିବା ବେଳେ ବୈଶ୍ୱିକ ଆକଳନ ଅନୁରୂପ ସବୁଠୁ ଅସୁରକ୍ଷିତ ଶ୍ରେଣୀ ମଧ୍ୟରେ ଆସୁଛନ୍ତି । ୨୦୧୮ରେ ବିଗତ ଦୁଇ ବର୍ଷ ଭଳି ୧୮ରୁ ୪୫ ବର୍ଷ ବୟସ୍କ ପାଖାପାଖି ୬୯.୬ ପ୍ରତିଶତ ଲୋକଚା ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି । ମୋଟ ସଡ଼କ ଦୁର୍ଘଟଣାରେ ହେଉଥିବା ମୃତ୍ୟୁ ମଧ୍ୟରୁ ୧୮ରୁ ୬୦ ବର୍ଷ ଆୟୁ ବର୍ଗର କର୍ମଜୀବୀଙ୍କ ସଂଖ୍ୟା ୮୪.୭ ପ୍ରତିଶତ ଥିବା ଜଣାପଡ଼ିଛି । ୨୦୧୮ରେ ହିଟ ଆଣ୍ଡ ରନ ମାମଲାରେ ୧୮.୯ ପ୍ରତିଶତ ମୃତ୍ୟୁ ହୋଇଛି, ୨୦୧୭ରେ ଏହାଚା ୧୭.୫ ପ୍ରତିଶତ ଥିଲା । ୨୦୧୮ରେ ପାଖାପାଖି ୫୬ ପ୍ରତିଶତ ଲୋକଙ୍କ ମୃତ୍ୟୁ ସାମ୍ନାସାମ୍ନି ଏବଂ ପଛରୁ ଗାଡ଼ି ଧକ୍କା ହେବା କାରଣରୁ ହୋଇଛି । ୨୦୧୮ରେ ଏହି ଶ୍ରେଣୀରେ ମୃତକଙ୍କ ସଂଖ୍ୟା ଅଧିକ ବୃଦ୍ଧି ପାଇଛି । ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ୮୬% ପୁରୁଷ ଥିବା ବେଳେ ୧୪% ମହିଳା ଅଛନ୍ତି ।ଚା ବିଭିନ୍ନ କାରଣ ଯଥା ମାନବୀୟ ତ୍ରୁଟି, ସଡ଼କ ପରିସ୍ଥିତି ଏବଂ ବାହନର ସ୍ଥିତି ଆଦିକୁ ନେଇ ଦୁର୍ଘଟଣାଚା ଘଟୁଥିବା ଜଣାଯାଇଛି । ଟ୍ରାଫିକ ନିୟମ ଉଲ୍ଲଙ୍ଘନ ବର୍ଗରେ, ଦ୍ରୁତ ଗାଡ଼ି ଚାଳନା ଯୋଗୁ ୬୪.୪% ଦୁର୍ଘଟଣାଜନିତ ମୃତ୍ୟୁଚା ଘଟୁଛି । ସେହିପରି ଭୁଲ ରାସ୍ତାରେ ଚଳାଇବା ଯୋଗୁ ୫.୮%, ବାହନ ଚଳାଇବା ସମୟରେ ୨.୪%, ଏବଂ ମଦ ପିଇ ଗାଡ଼ି ଚଳାଇବା ଯୋଗୁ ୨.୮% ଦୁର୍ଘଟଣାଜନିତ ମୃତ୍ୟୁ ଘଟିଛି । ବୈଧ ଡ୍ରାଇଭିଂ ଲାଇସେନ୍ସ ନଥିବା ଯୋଗୁ ୧୩% ଦୁର୍ଘଟଣା ଘଟିଛି ।ଚା ହେଲମେଟ ବ୍ୟବହାର ନକରିବା ଯୋଗୁ ୨୯% ଏବଂ ସିଟ ବେଲ୍ଟ ବ୍ୟବହାର ନକରିବା ଯୋଗୁ ୧୬%ଚା ଦୁର୍ଘଟଣାଜନିତ ମୃତ୍ୟୁ ଘଟିଛି । ୧୦ ବର୍ଷରୁ ଅଧିକ ପୁରୁଣା ଗାଡ଼ି ଯୋଗୁ ୪୧% ଦୁର୍ଘଟଣାଜନିତ ମୃତ୍ୟୁ ଘଟିଛି ।ଚା କ୍ଷମତା ଠାରୁ ଅଧିକ ମାଲ ଏବଂ ଯାତ୍ରୀ ପରିବହନ କାରଣରୁ ୧୨% ଦୁର୍ଘଟଣାଜନିତ ମୃତ୍ୟୁ ଘଟିଛି ।ଚା ୨୦୧୮ରେ ତାମିଲନାଡ଼ୁରେ ସର୍ବାଧିକ ଦୁର୍ଘଟଣା ଘଟିଥିବା ବେଳେ ଉତର ପ୍ରଦେଶରେଚା ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ସର୍ବାଧିକ ରହିଛି । ଦୁର୍ଘଟଣା ରୋକିବା ଲାଗି ମନ୍ତ୍ରଣାଳୟ ପକ୍ଷରୁ ସଡ଼କ ଓ ବାହନ ପାଇଁ ଶିକ୍ଷା ଏବଂ ଇଞ୍ଜିନିୟରିଂ ଆଧାରିତ ବ୍ୟାପକ ସଡ଼କ ସୁରକ୍ଷା ରଣନୀତି କାର୍ଯ୍ୟକାରୀ କରାଯାଉଛି । ପ୍ରବର୍ତନ ଏବଂ ଜରୁରିକାଳୀନ ପଦକ୍ଷେପ ଯଥା ଡ୍ରାଇଭର ତାଲିମ ସ୍କୁଲ ପ୍ରତିଷ୍ଠା, ସଚେତନତା ସୃଷ୍ଟି, ଅଟୋମୋବାଇଲ ସୁରକ୍ଷା ମାନକ ସୁଦୃଢ଼ କରିବା, ସଡ଼କ ଭିତିଭୂମି ଉନ୍ନତି, ସଡ଼କ ସୁରକ୍ଷା ଅଡିଟ ଆଦି ଗ୍ରହଣ କରାଯାଉଛି । ବ୍ଲାକ ସ୍ପଟ ଚିହ୍ନଟ କରି ସଂଶୋଧନ କରିବା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ଏସବୁ ପଦକ୍ଷେପ ଯୋଗୁ ୨୦୧୦-୨୦୧୮ ଅବଧିରେ ଦୁର୍ଘଟଣା ଏବଂ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଛି । ମନ୍ତ୍ରଣାଳୟ ପକ୍ଷରୁ ସଡ଼କ ସୁରକ୍ଷା ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ ଚଳିତ ବର୍ଷ ମୋଟର ଯାନ ସଂଶୋଧନ ବିଧେୟକ ୨୦୧୯ ଲାଗୁ କରାଯାଇଛି । ଏଥିରେ ଟ୍ରାଫିକ ନିୟମ ଉଲ୍ଲଙ୍ଘନ ପାଇଁ ଅଧିକ ଜୋରିମାନା ଲାଗୁ, ବୈଦ୍ୟୁତିକ ନିରୀକ୍ଷଣ, ନାବାଳକଙ୍କ ଗାଡ଼ି ଚାଳନା ପାଇଁ ଅଧିକ ଦଣ୍ଡ ବ୍ୟବସ୍ଥା, ଗାଡ଼ି ଫିଟନେସ ଓ ଡ୍ରାଇଭିଂ ଟେଷ୍ଟର କମ୍ପ୍ୟୁଟରୀକରଣ ଆଦି ବ୍ୟବସ୍ଥା କରାଯାଇଛି । ଏହା ଗାଡ଼ି ଚାଳକ ଏବଂ ସଡ଼କ ଉପଯୋଗକାରୀଙ୍କୁ ଅଧିକ ସଚେତନ କରିବା ସହିତ ସଡ଼କ ଦୁର୍ଘଟଣା ଏବଂ ଏ ସଂକ୍ରାନ୍ତ ମୃତ୍ୟୁ ମାମଲା ହ୍ରାସ କରିବ ବୋଲି ଆଶା କରାଯାଉଛି ।


