୨୦୨୦ ବୋର୍ଡ ପରୀକ୍ଷା ସୁପରିଚାଳନା ପାଇଁଫ୍ଲାଇଙ୍ଗ ସ୍କ୍ୱାର୍ଡ ପାର୍ଟି ଓ ପର୍ଯ୍ୟବେକ୍ଷକ ନିଯୁକ୍ତି

ବୁଗୁଡା, ( ଅନିଲ କୁମାର ମହାରଣା ) :ଫେବୃୟାରୀ ୧୯ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୦୨ ତାରିଖ ପର୍ଯ୍ୟନ୍ତ ୨୦୨୦ ଆନୁଆଲ ହାଇ ସ୍କୁଲ ସାର୍ଟଫିକେଟ ପରୀକ୍ଷା ଓ ଷ୍ଟେଟ ଓପେନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ର ସୁପରିଚାଳନା ପାଇଁ ବ୍ରହ୍ମପୁର ଗଂଜାମ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପତ୍ର ସଂଖ୍ୟା ୩୦୩୫ ତା ଫେବୃୟାରୀ ୧୮ ରିଖ ପ୍ରକାରେ ୩ଟି ଫ୍ଲାଇଙ୍ଗ ସ୍କ୍ୱାର୍ଡ ପାର୍ଟି ଓ ଭଞ୍ଜନଗର ସବ କଲେକ୍ଟର ତଥା ସବଡିଭିଜନ ମାଜିଷ୍ଟ୍ରେଟ ଙ୍କ ପତ୍ର ସଂଖ୍ୟା ୧୭୯ ଫେବୃୟାରୀ ୧୮ ରିଖ ପ୍ରକାରେ  ୬ଟି   ନୋଡାଲ ସେଣ୍ଟରର ୮୧ଟି ପରୀକ୍ଷା କେନ୍ଦ୍ର ପାଇଁ ୬ ଜଣ ପର୍ଯ୍ୟବେକ୍ଷକ ନିଯୁକ୍ତି ଦିଆଯାଇଛି। ପ୍ରଥମ ସ୍କ୍ୱାର୍ଡ ପାର୍ଟିରେ ବ୍ରହ୍ମପୁର ଏଡ଼ିଇଓ ବନିତା ସେନାପତି ଓ ରଙ୍ଗେଇଲୁଣ୍ଡା ବିଇଓ ଡ଼ଃ ପ୍ରଭାତୀ କୁମାରୀ ମହାପାତ୍ର, ୨ୟ ପାର୍ଟିରେ ବ୍ରହ୍ମପୁର ସସ୍କୃତ ଶିକ୍ଷା ସହକାରୀ ସୁପରିଟେଣ୍ଡ ସୁବାସ ଚନ୍ଦ୍ର ପ୍ରଧାନ ଓ ହିଞ୍ଜଳିକାଟୁ ସ୍ୱୟଂଶାସିତ ମହାବିଦ୍ୟାଳୟ ଅଧ୍ୟପାକ ଶ୍ରୀକାନ୍ତ କୁମାର ପାଣିଗ୍ରାହୀ ଏବଂ ୩ୟ ପାର୍ଟିରେ କନ୍ଧମାଳ ଜିଲ୍ଲା ୠଷିମାଳ କନିଷ୍ଠ ମହାବିଦ୍ୟାଳୟ ଅଧ୍ୟାପକ ଦିବାକର ବେହେରା ଓ ପୁରୁଷୋତ୍ତମପୁର ବିଇଓ ହରେକୃଷ୍ଣ ପଣ୍ଡା ନିଯୁକ୍ତି ପାଇଛନ୍ତି। ସେହିପରି ଭଞ୍ଜନଗର ଉପଖଣ୍ଡର ସେରଗଡ଼ ଏମ ଜି ହାଇ ସ୍କୁଲ ନୋଡାଲ ସେଣ୍ଟରର ୧୨ ପରୀକ୍ଷା କେନ୍ଦ୍ର ପାଇଁ ସେରଗଡ଼ ତହସିଲଦାର ଦୟାସିନ୍ଧୁ ପରିଡା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ପାଇଥିବା ବେଳେ ଆସିକା ହରିହର ହାଇ ସ୍କୁଲ ନୋଡାଲ ସେଣ୍ଟରର  ୧୮ଟି ପରୀକ୍ଷା କେନ୍ଦ୍ର ପାଇଁ ଆସିକା ତହସିଲଦାର ସଦାନନ୍ଦ ସେଠୀ, ବେଲଗୁଣ୍ଠା ଜିଟି ହାଇ ସ୍କୁଲ ନୋଡାଲ ସେଣ୍ଟରର ୧୪ ଟି ପରୀକ୍ଷା କେନ୍ଦ୍ର ପାଇଁ ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରା, ଭଞ୍ଜନଗର ୟୁବି ହାଇ ସ୍କୁଲ ନୋଡାଲ ସେଣ୍ଟରର ୧୪ ଟି ପରୀକ୍ଷା କେନ୍ଦ୍ର ପାଇଁ ଭଞ୍ଜନଗର ବିଡ଼ିଓ ଅନିଲ କୁମାର ସେଠୀ, ବୁଗୁଡା ପିପୁଲସ ହାଇ ସ୍କୁଲ ନୋଡାଲ ସେଣ୍ଟରର ୧୦ ଟି ପରୀକ୍ଷା କେନ୍ଦ୍ର ପାଇଁ ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର ଓ ସୋରଡ଼ା ସରକାରୀ ହାଇ ସ୍କୁଲ ନୋଡାଲ ସେଣ୍ଟରର ୧୫ ଟି ପରୀକ୍ଷା କେନ୍ଦ୍ର ପାଇଁ  ସୋରଡ଼ା ବିଡ଼ିଓ ସୀମାଞ୍ଚଳ ମଣ୍ଡଳ ପ୍ରମୁଖଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ