କରୋନା ଭାଇରସ ଆତଙ୍କ, ଜାହାଜରେ ଫସି ରହିଛନ୍ତି ୧୬୦ ଭାରତୀୟ

ବ୍ରହ୍ମପୁର:କରୋନା ଭାଇରସ ଦେଶରେ ଆତଙ୍କ ଖେଳାଇଛି । କରୋନା ଭାଇରସ ଯୋଗୁଁ ସବୁ ଦେଶର ସୀମାରେ ହାଇଆଲର୍ଟ । କରୋନା ଭାଇରସ କିପରି ଭାବରେ ଅନ୍ୟ କୈାଣସି ଦେଶକୁ ସଂକ୍ରମିତ ନହେବ ସେଥିଲାଗି ପ୍ରଶାସନ ତରଫରୁ ସଜାଗ ରହିବା ସହ ଫେରୁଥିବା ଯୁବକ ଓ ଯୁବତୀ ମାନଙ୍କୁ ତନ୍ନ ପରୀକ୍ଷା ନିରିକ୍ଷା କରାଯାଉଛି । ବର୍ତ୍ତମାନ ୟୋକୋହମା ବନ୍ଦରରେ ଅଟକି ରହିଥିବା ଜାହାଜରେ ଫସି ରହିଛନ୍ତି ବ୍ରହ୍ମପୁର ସହରର ଓଡିଆ ଯୁବ ଇଂଜିନିୟର । ତାଙ୍କୁ ତୁରନ୍ତ ଉଦ୍ଧାର କରିବା ନିମନ୍ତେ ତାଙ୍କର ବାପା ରାଜ୍ୟସରକାର ଓ ଭାରତ ସରକାରଙ୍କୁ ନିବେଦନ କରିଛନ୍ତି । ଯାହାଜରେ ଫସି ରହିଥିବା ବେଳେ ବ୍ରହ୍ମପୁର ସହରର ଦେବାଶିଷ ନାୟକ ଏକ ମୋବାଇଲରେ ଭିଡିଓ କରି ପରିବାର ଲୋକଙ୍କୁ ଘରକୁ ନେବା ଲାଗି ସହାୟତା ଲୋଡିଛନ୍ତି । ଅନ୍ୟ ପଟେ ଜାପାନ ସରକାର ଯୁବ ଇଂଜିନିୟରଙ୍କ ନେଗେଟିଭ୍ ଆସିଲେ ମଧ୍ୟ  ଜାପାନ ସରକାର ତାଙ୍କୁ ଜାହାଜରେ ଅଟକ ରଖିଛନ୍ତି ବୋଲି ତାଙ୍କ ପରିବାରକୁ ଜଣାଇଛନ୍ତି । କରୋନା ଆକ୍ରାନ୍ତ ସଂନ୍ଦେହରେ ଜାହାଜରେ ୩୬୦୦ ଯାତ୍ରୀ ସମେତ ଯାହାଜ କର୍ମଚାରୀ ଙ୍କୁ ମଧ୍ୟ ଅଟକ ରଖାଯାଇଛି । ସେମାନଙ୍କ ମଧ୍ୟରୁ ୧୭୪ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ଜଣା ପଡିଛି । ସେଥି ମଧ୍ୟରୁ ଓଡିଆ ପୁଅ ଦେବାଶିଷ ଫସିରହିଥିବା ବେଳେ ତାଙ୍କୁ ଓଡିଶା ସରକାର ତୁରନ୍ତ ଫେରାଇ ଆଣିବାକୁ ଆକୁଳ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ