୨୦୨୧-୨୨ ଶିକ୍ଷା ବର୍ଷ ପାଇଁ ଶିକ୍ଷାଦାନ ଓ ମୂଲ୍ୟାୟନ ପାଇଁ ତାଲିମ ଶିବିର

ବୁଗୁଡା, (ଅନିଲ ମହାରଣା):ବୁଗୁଡା ଶ୍ରୀ ବିରଞ୍ଚିନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ୨୦୨୧-୨୨ ଶିକ୍ଷା ବର୍ଷ ପାଇଁ କିପରି ଶିକ୍ଷାଦାନ ଓ ମୂଲ୍ୟାୟନ କରାଯିବ ସେଥିପାଇଁ ଏକ ତିନି ଦିନିଆ ତାଲିମ ଶିବିର ଅକ୍ଟୋବର ୨୨ ତାରିଖ ଦିନ ଆରମ୍ଭ ହୋଇଯାଇଛି। ବୁଗୁଡା ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଲିମ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଅତିଥି ଭାବେ ଶିକ୍ଷାନୁଷ୍ଠାନର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରବି ନାରାୟଣ ବରିହା ଯୋଗ ଦେଇଥିଲେ। ତାଲିମ ଶିବିର ଅକ୍ଟୋବର ୨୨, ୨୩ ଓ ୨୪ ତାରିଖ ତିନିଦିନ ପାଇଁ ଅନୁଷ୍ଠିତ ହେବାକୁ ଥିବା ବେଳେ ପ୍ରଥମ ଦିନରେ ଓଡ଼ିଆ, ଇତିହାସ ଓ ବିଜ୍ଞାନ ଶିକ୍ଷାଦାନ ଓ ମୁଲ୍ୟାୟନ ବିଷୟନେଇ ତାଲିମ ପ୍ରଦାନ କରାଯାଇଥିଲା । ବୁଗୁଡା ବ୍ଲକର ସମସ୍ତ ଉଚ୍ଚ ବିଦ୍ୟାଳୟର ଏହି ତିନି ବିଷୟରେ ଶିକ୍ଷା ଦେଉଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ଓଡ଼ିଆ ବିଷୟରେ ଗଣେଶ ବେହେରା, ଇତିହାସ ବିଷୟରେ ପ୍ରତାପ ରଣା ଓ ବିଜ୍ଞାନ ବିଷୟରେ ତପନ କୁମାର ପାଢୀ ତାଲିମ ପ୍ରଦାନ କରିଥିଲେ। ବୁଗୁଡା ସିଆରସିସି ପ୍ରତାପ କୁମାର ଖାଡଙ୍ଗା ଶିବିର ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ