୨୧ନମ୍ବର ୱାର୍ଡରେ ସ୍ୱାଧୀନତା ଦିବସ ପାଳିତ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ):କେନ୍ଦ୍ରାପଡା ପୈାରାଞ୍ଚଳର ୨୧ନମ୍ବର ୱାର୍ଡ ଅନ୍ତର୍ଗତ କଜଳା ଠାରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକ ପକ୍ଷରୁ ୭୫ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ସମାଜସେବୀ ତଥା ଯୁବ ସାମ୍ବାଦିକ ମହେଶ ପାଢୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ପରେ ସ୍ଥାନୀୟ କଲୋନୀର ଛୋଟ ଛୋଟ ପିଲାମାନଙ୍କୁ ବିସ୍କୁଟ ଓ ଚକଲେଟ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହିଳା ସଂଗଠନର ବିଷ୍ଣୁପ୍ରିୟା କର, ମୀନ ନୟନା ମଲ୍ଲିକ, ଅରୁନ୍ଧତି ପାଢୀ, ବାସନ୍ତୀ କର, ଚିନ୍ମୟୀ ଭଦ୍ର, ରଶ୍ମିତା ପଣ୍ଡା ପ୍ରମୁଖ ସଦସ୍ୟମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ