ଜୟ ଦୁର୍ଗା ଟ୍ରଷ୍ଟ ପକ୍ଷରୁ ଛାତ୍ର ଛାତ୍ରୀ ଓ ଅସହାୟ ଲୋକଙ୍କୁ ବିଭିନ୍ନ ଉପକରଣ ସହାୟତା ପ୍ରଦାନ

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): ଭୁବନେଶ୍ୱର ସ୍ଥିତ ଜୟ ଦୁର୍ଗା ଟ୍ରଷ୍ଟ ପକ୍ଷରୁ ଦାରିଙ୍ଗବାଡ଼ି ବ୍ଲକ ବାଡ଼ାବାଙ୍ଗା ପଞ୍ଚାୟତ ଅଂଚଳର ଶତାଧିକ ଲୋକଙ୍କୁ ଶୀତବସ୍ତ୍ର,ଲୁଙ୍ଗି, ଶାଢ଼ୀ,ଗାମୁଛା ବଣ୍ଟନ କରାଯାଇଥିବା ବେଳେ ଛାତ୍ରଛାତ୍ରୀଙ୍କୁ ପାଠ୍ୟଉପକରଣ ବଣ୍ଟନ କରାଯାଇଛି । ପ୍ରଥମ ରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ୧୫୦ ଜଣ ଛାତ୍ରଛାତ୍ରୀଙ୍କୁ ପାଠପଢା ଉପକରଣ,ତୃତୀୟ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୨୦୦ ଶହ ଛାତ୍ରଛାତ୍ରୀଙ୍କୁ ଟେଷ୍ଟ ପେପର ବଣ୍ଟନ ସହ ଅସହାୟ ଗରିବ ତଥା ବୃଦ୍ଧାବୃଦ୍ଧ ଙ୍କୁ ୧୫୦ ଗୋଟି ଶୀତବସ୍ତ୍ର,୨୦୦ ଗୋଟି ଲୁଙ୍ଗି,୨୦୦ ଶାଢ଼ୀ,୨୦୦ ଗାମୁଛା ବଣ୍ଟନ କରାଯାଇଛି । ଗୋଟିଏ ପଟେ କରୋନା କଟକଣା ଫଳରେ ବିଦ୍ୟାଳୟ ଗୁଡିକ ବନ୍ଦ ଥିବା ଯୋଗୁଁ ଛାତ୍ରଛାତ୍ରୀ ପାଠ ପଢ଼ାରେ ବହୁ ସମସ୍ୟା ଭୋଗୁଥିବା ବେଳେ ଅନ୍ୟ ପଟେ ଦାରିଙ୍ଗବାଡ଼ିରେ ହାଡ଼ ଭଙ୍ଗା ଶୀତ ଲୋକଙ୍କୁ ଅଥୟ କରିଛି । ଏଭଳି ସ୍ଥଳେ ଭୁବନେଶ୍ୱରର ଜୟ ଦୁର୍ଗା ଟ୍ରଷ୍ଟ ଲୋକଙ୍କୁ ସହାୟତର ହାତ ବଢାଇଥିବା ଯୋଗୁଁ ସ୍ଥାନୀୟ ଗ୍ରାମବାସୀଙ୍କ ସମସ୍ୟା କିଛି ମାତ୍ରାରେ ସମାଧାନ ହୋଇଥିବା ଦେଖିବାକୁ ମିଳିଛି । ବାଡ଼ାବାଙ୍ଗା ଗ୍ରାମର ଯୁବ ସମାଜସେବୀ ସୁକାନ୍ତ ସାହୁ(ଟୁଟୁ) ଙ୍କ ସହଯୋଗ କ୍ରମେ ଟ୍ରଷ୍ଟର ଅଧକ୍ଷା ସାଗରିକା ଜେନା ସ୍ଥାନୀୟ ଲୋକଙ୍କୁ ଏହି ସହାୟତା ଯୋଗାଇ ଦେଇଛନ୍ତି । ଅନ୍ୟପଟେ ଅଞ୍ଚଳରେ ଯୁବ ସମାଜସେବୀ ଟୁଟୁଙ୍କ ଏଭଳି ଦୃଷ୍ଟାନ୍ତ ମୁଳକ ପଦକ୍ଷେପ ପାଇଁ ଉଭୟ ଟ୍ରଷ୍ଟ ଙ୍କୁ ସାଧୁବାଦ ଜଣାଇଛନ୍ତି ଅଞ୍ଚଳବାସୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ