୨୪ ଘଣ୍ଟିଆ ନିଶୁଳ୍କ ଆତ୍ମହତ୍ୟା ସୁରକ୍ଷା ଲାଇଫ୍ ଲାଇନ୍ ସେବା
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ମାନସିକ ଶାନ୍ତି ହଜିଗଲେ ମଣିଷ ମାନସିକ ଅବସାଦର ଶିକାର ହୁଏ ଜୀବନ କଣ ବୁଝିପାରେ ନାହିଁ । ଜୀବନକୁ ଶେଷ କରିଦେବାକୁ ପଛାଏ ନାହିଁ । ଜୀବନ ପ୍ରତି ଲୋଭ, ମୋହ କାହିଁକି ଅଧାବାଟରେ ତୁଟିଯାଏ ସେମାନେ ପରିବାର, ବନ୍ଧୁ, ସମାଜ ଉପରେ ଆସ୍ଥା ହରାଇ ବସନ୍ତି । ଏମିତି ଅନେକ ପ୍ରଶ୍ନକୁ ନେଇ ଏକ ଆତ୍ମବିଶ୍ୱାସ ଭରା ୨୪ ଘଣ୍ଟିଆ ନିଶୁଳ୍କ ସେବାର ଉଦ୍ଘାଟନ ଅସହାୟ ବ୍ୟକ୍ତିମାନଙ୍କ ପାଇଁ ସ୍ୱେଚ୍ଛାସେବୀ ସଂଗଠନ ପିପୁଲ୍ସ ଫୋରମ ତରଫରୁ ଉଦ୍ଘାଟିତ ହୋଇଯାଇଛି । ସମ୍ପ୍ରତି କରୋନା ମହାମାରୀ କବଳିତ ସମସ୍ତ ମଣିଷ ସମାଜ ବଞ୍ôଚବାର ରାହା ହରାଇ ଆତ୍ମହତ୍ୟା ପରି ଜଘନ୍ୟ ପଦକ୍ଷେପକୁ ଆପଣେଇ ବସନ୍ତି । ଏହି ପରିସ୍ଥିତିରେ ବିଶେଷକରି ଯୁବଗୋଷ୍ଠୀମାନେ ଅଧିକାଂଶ ସମୟରେ ଆତ୍ମହତ୍ୟା ଚିନ୍ତାରେ ସମୟ କାଟିଛନ୍ତି । ମହିଳାମାନଙ୍କ ତୁଳନାରେ ପୁରୁଷ ଆତ୍ମହତ୍ୟା କରୁଛନ୍ତି । ଏହି ଆତ୍ମହତ୍ୟା ପ୍ରବଣତା ଧନୀ ବା ଗରିବ କେହି ବାଦ୍ ପଡୁନାହାଁନ୍ତି । ବରଂ ଅଧିକ ଆୟ କରୁଥିବା ବ୍ୟକ୍ତିମାନଙ୍କ ସଂଖ୍ୟା ଅଧିକ । ହତ୍ୟାକାଣ୍ଡ ଓ ଯୁଦ୍ଧ ତୁଳନାରେ ଅଧିକାଂଶ ସଂଖ୍ୟକ ପ୍ରାଣ ଆତ୍ମହତ୍ୟା ଯୋଗୁ ଯିବାରେ ଲାଗିଛି । ବର୍ଷକୁ ପ୍ରାୟ ୬୦,୦୦୦ ଭାରତୀୟ ଆଦତ୍ୟ ଋଣରେ ଆତ୍ମହତ୍ୟା କରି ଅଥବା ନିଜକୁ ଆଘାତ କରି ମୃତ୍ୟୁବରଣ କରୁଛନ୍ତି । କରୋନା ମହାମାରୀଯ ସମୟରେ ମାନସିକ ଅବସାଦ ବହୁ ଗୁଣେ ବଢେଇଛି । ସାଧାରଣ ଲୋକେ ବିଶେଷ କରି ନିମ୍ନ ଆୟ କରୁଥିବା ଲୋକ ନିଜ ନିଜ ଜୀବନ ହରାଇ ବସିଛନ୍ତି । ବିଦ୍ୟାଳୟ ବନ୍ଦ, ସଂଘରୋଧ ଶିଶୁମାନଙ୍କ ମାନସିକ ଅବସାଦକୁ ବହୁ ପରିମାଣରେ ବୃଦ୍ଧି କରିଅଛି । ଏହିସବୁ ବିଷୟକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଯେକୌଣସି ସମୟ ପାଇଁ ୨୪ ଘଣ୍ଟିଆ ନିଶୁଳ୍କ ଲାଇଫ୍ ଲାଇନ ନମ୍ବର ୧୮୦୦-୧୨୦-୨୨-୩୩୩୩ କାର୍ଯ୍ୟକ୍ଷମ ହୋଇଛି । ଏହି କାର୍ଯ୍ୟକ୍ରମକୁ ଯୁବ ଚଳଚ୍ଚିତ୍ର ଅଭିନେତା ତଥା ସମାଜସେବୀ ଶ୍ରୀଯୁକ୍ତ ସବ୍ୟସାଚୀ ମିଶ୍ର, ପ୍ରଫେସର ନୀଳମାଧବ ରଥ, ଆଶ୍ରା ମୁମ୍ବାଇର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଜଙ୍କସନ ଥୋମାସ, ସିଷ୍ଟର ଲିଭିଙ୍ଗର ପ୍ରତିଷ୍ଠାତା ଶ୍ରୀମତୀ କେତକୀସଙ୍ଗବି ଉଦ୍ଘାଟନ କରି ଆତ୍ମହତ୍ୟା ପ୍ରବଣ ବ୍ୟକ୍ତିମାନଙ୍କ ପାଇଁ ପରିବାର ଓ ବନ୍ଧୁମାନଙ୍କୁ ସ୍ନେହ ଏକ ସୁରକ୍ଷା କବଚ ବୋଲି ମତବ୍ୟକ୍ତ କରିଛନ୍ତି ।
ସୂଚନାଯୋଗ୍ୟ ଯେ ଆରମ୍ଭ ହୋଇଥିବା ଏହି ଲାଇଫ୍ ଲାଇନ୍ ସେବା ଆତ୍ମହତ୍ୟା କରିବା ପାଇଁ ଚିନ୍ତା କରୁଥିବା ବ୍ୟକ୍ତିମାନଙ୍କୁ ନିବୃତ୍ତ କରିବା ସହ ସେମାନଙ୍କୁ ଏକ ନୂଆ ଜୀବନ ବଂଚିବାର ଆଶା ସଞ୍ଚାର କରିବାରେ ସହାୟ ହେବ ବୋଲି ପିପୁଲ୍ସ ଫୋରମର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ପଟ୍ଟନାୟକ ଏହି ନିଶୁଳ୍କ ଲାଇଫ୍ ଲାଇନ୍ ନମ୍ବରକୁ ବ୍ୟାପକ ଓ ବହୁଳ ପ୍ରଚାର ପାଇଁ ବିଭିନ୍ନ ଗଣମାଧ୍ୟମ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ପୋଲିସ୍ ପ୍ରଶାସନର ସହାୟତା ଲୋଡ଼ିଛନ୍ତି ।