୨୫ ଥର ପାଇଁ ରାମନାଥ ହେଲେ ପାରଳା ବାର୍ ଆସୋସିଏସନର ସଭାପତି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଓ ମୋହନା ବାର୍ ଆସୋସିଏସନର ନିର୍ବାଚନ ଗତ ୨୭ ତାରିଖରେ ଶାନ୍ତିଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି । ପାରଳାଖେମୁଣ୍ଡି ବାର ଆସୋସିଏସନର ସଭାପତି ଭାବେ ରାମନାଥ ମିଶ୍ର ୨୫ ଥର ପାଇଁ ନିର୍ବାଚିତ ହୋଇଛନ୍ତି । ଏନେଇ ଜିଲ୍ଲାଜଜ୍‌ଙ୍କ ଅଦାଲତ ପରିସରରେଥିବା ବାର ଆସୋସିଏସନ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ନିର୍ବାଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗଣତି ପରେ ବରିଷ୍ଠ ଆଇନଜୀବୀ ରାମନାଥ ମିଶ୍ର ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ଉପସଭାପତି ଭାବେ ରାମକୃଷ୍ଣ ନାୟକ, ସମ୍ପାଦକ ଏମ୍‌.ପୃଥିବୀରାଜ, ସହସମ୍ପାଦକ ଭାବେ ନୀଳମାଧବ ଅଧିକାରୀ, ଏବଂ କାର୍ଯ୍ୟକାରୀ ସଦସ୍ୟ ଭାବେ ରଜତ କୁମାର ପାତ୍ର, ଜିତେନ୍ଦ୍ର ପଟ୍ଟନାୟ, ରାଜେନ୍ଦ୍ର ପଣ୍ଡା, ଏସ୍‌.ଶ୍ରୀରାମୁଲୁ, ବିରଞ୍ôଚ ପାତ୍ର ପ୍ରମୁଖ ନିର୍ବାଚିତ ହୋଇଛନ୍ତି । ନବନିର୍ବାଚିତ ପଦାଧିକାରୀମାନଙ୍କୁ ଆଇନଜୀବୀ କୃଷ୍ଣମୋହନ ପଟ୍ଟନାୟକ, କୌଳାସ ମହାଙ୍କୁଡ, ସୌମ୍ୟସୌରଭ ପଟ୍ଟନାୟକ ପ୍ରମୁଖଙ୍କ ସମେତ ବହୁ ଆଇନଜୀବି ଅଭିନନ୍ଦନ ଜଣାଇଛନ୍ତି । ସେହିପରି ମୋହନା ଓକିଲ ସଂଘର ସଭାପତି ଭାବେ ରବୀନ୍ଦ୍ର କୁମାର ନାୟକ ନିର୍ବାଚିତ ହୋଇଛନ୍ତି । ମୋହନା ଠାରେ ଥିବା ଦେୱାନି ବିଚାରପତି ଓ ପ୍ରଥମ ଶ୍ରେଣୀ ବିଚାର ବିଭାଗୟ ମାଜିଷ୍ଟ୍ରେଟଙ୍କ ଅଦାଲତ ପରିସରେ ଥିବା ମୋହନା ବାର ଏସୋସିଏସନ ପରିସରରେ ନିର୍ବାଚନ ହୋଇଥିଲା । ଫଳାଫଳ ଘୋଷିତ ହେବାପରେ ଏଥିରେ ସଭାପତି ଭାବେ ରବିନ୍ଦ୍ର କୁମାର ବେହେରା, ଉପସଭାପତି ଭାବେ ପଦ୍ମନାଭ ପତି, ସମ୍ପାଦକ ଭାବେ ସୁଶାନ୍ତ କୁମାର ମଲିକ, ସହ ସମ୍ପଦାକ ଭାବେ ପ୍ରଭାତ ପାଇକ, କୋଷାଧ୍ୟକ୍ଷ ଭାବେ ଜୋସେଫ ଗମାଙ୍ଗ ନିର୍ବାଚିତ ହୋଇଥିଲେ । ମୋଟ ୧୯ ଜଣ ସଦସ୍ୟ ଭୋଟ ପ୍ରକିୟାରେ ନାମ ଥିବା ବେଳେ ୨ଜଣ ଅନୁପସ୍ଥିତ ରହିଥିଲେ । ଏହି ନିର୍ବାଚନକୁ ଇଲେକ୍ସନ ଅଫିସର ମଧୁସୂଦନ ପାଢୀ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ