୨୬୨ ଗ୍ରାମର ଗୋପାଳକ ଗାଈଗୋରୁ ଧରି ରାଜରାସ୍ତା ରେ ବାହାରିବେ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଗଞ୍ଜାମ ଜିଲ୍ଲାପାଳ ଏହି ଘୁମୁସରୀ ଗାଈ ସଂରକ୍ଷଣ ଉପରେ ଅଧିକ ଗୁରୁତ୍ଵ ଭାବି ଏବଂ ଘୁମୁସରୀ ଗୋପାଳ ସମିତିର ବାରମ୍ବାର ଅଭିଯୋଗ ପରେ ତହସିଲଦାରାଙ୍କୁ ଗୋଚର , ଗୋଷ୍ଠୀଉନୟନ ଅଧିକାରୀଙ୍କୁ ଗୁହାଳ, କୃଷି ଅଧିକାରୀଙ୍କୁ ଜୈବିକ କୃଷି, ବନଖଣ୍ଡ ଅଧିକାରୀଙ୍କୁ ଗ୍ରାଜିଙ୍ଗ ପାସ,ପ୍ରାଣୀଧନ ଅଧିକାରୀ ଙ୍କୁ ଘୁମୁସରୀ ଗୋବଂଶ ସଂରକ୍ଷଣ ଓ ବହୁ ସମ୍ପୃକ୍ତ ବିଭାଗକୁ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ଆଦେଶ ଦେଇଛନ୍ତି। କିନ୍ତୁ ସେହି ଆଦେଶ ଗୁଡ଼ିକୁ ଉକ୍ତ ସମ୍ପର୍କୀୟ ବିଭାଗ ର ବଡ଼ ବାବୁ ମାନେ ଦୀର୍ଘ ୩ ବର୍ଷ ହେଲା ଅଣଦେଖା କରି ଆସୁଅଛନ୍ତି ବୋଲି ଅଭିଯୋଗ ହୋଇଅଛି।ତାହାର ପ୍ରଦିବାଦରେ ଘୁମୁସର ରାଜସ୍ଵ ଉପଖଣ୍ଡର ଆସ୍କା,ବୁଗୁଡା, ଭଞ୍ଜନଗର,ବେଲଗୁଣ୍ଠI, ଜଗନ୍ନାଥ ପ୍ରସାଦ, ସୋରଡା, ଶେରଗଡ ବ୍ଲକରୁ ଦୁଇ ଶହରୁ ଅଧିକ ଘୁମୁସରୀ ଗୋପାଳ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ଧର୍ମଘଟ କରିଅଛନ୍ତି। ଜିଲାପାଳଙ୍କ ଅଧକ୍ଷତାରେ ସମ୍ପୃକ୍ତ ବିଭାଗ ଗୁଡିକ ସମନ୍ୱୟ ବୈଠକ କରି ସମାଧାନ କରିହେବ , ଯାହା ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ ବୋଲି ସମିତି ସମ୍ପାଦକ ଶ୍ରୀ ପ୍ରକାଶ ଚନ୍ଦ୍ର ସାହୁ କହିଥିଲେ । କିନ୍ତୁ ତାହା ନହେବାରୁ ଆଗାମି ଫେବୃୟାରୀ ସମିତିର ୨୬୨ ଗ୍ରାମର ଗୋପାଳକ ଗାଈଗୋରୁ ଧରି ରାଜରାସ୍ତା ରେ ଓ ସରକାରୀ କାର୍ଯ୍ୟଳୟରେ ଧର୍ମଘଟ କରିବେ ବୋଲି କରଚୁଲି ର ବାବା ସତ୍ୟନନ୍ଦ ମହାରାଜ, କୁମାରଶୁଣି ବାବା , ଉପଦେଷ୍ଠI ଶ୍ରୀ ମୁରଲୀଧର ପଣ୍ଡା ମିଳିତ ପ୍ରେସ ଇସ୍ଥାହାର ଦେଇଛନ୍ତି । ଅତିରିକ୍ତ ଜିଲ୍ଲାପାଳ, ଭଞ୍ଜନଗର ଉପ ଜିଲ୍ଲାପାଳ ଜିଲ୍ଲା ପ୍ରାଣୀଧନ ଅଧିକାରୀ ବୈଠକ କରିବା ପାଇଁ ଆବଶ୍ୟକ ପଦକ୍ଷେପ ପାଇଁ ନିର୍ଦେଶ ଦେଇଛନ୍ତି ଓ ଜିଲ୍ଲାପାଳଙ୍କୁ ଅବଗତ କରାଯାଇ ବିହୀତ ପଦକ୍ଷେପ ଯଥା ଶୀଘ୍ର ନେବା ପାଇଁ ପ୍ରତିଶ୍ରୁତି ଦେବା ପରେ , ଆଜିର ମିଳିତ ଅଭିଯୋଗ ଶୁଣାଣୀ ଶିବିରରୁ ସମସ୍ତ ଗୋପାଳ ଘରକୁ ଫେରିଛନ୍ତି । କିନ୍ତୁ ଆଗାମୀ ଦିବସରେ ଗାଈଗୋରୁ ଧର୍ମଘଟ ହେବା ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି I