୨୬ କେ.ଜି. ଗଞ୍ଜେଇ ସହ ଜଣେ ଗିରଫ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ଗଞ୍ଜାମ ଅବକାରୀ ଜିଲ୍ଲା ଅଧୀନରେ ବେଆଇନ ଗଞ୍ଜେଇ ଓ ମଦ କାରବାର ଉପରେ ଘନଘନ ଚଢାଉ କରିବା ନିମନ୍ତେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶନାମା ଜାରି କରିଥିଲେ । ଗଂଜାମ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଲକ୍ଷ୍ମୀକାନ୍ତ ସେଠୀ ଏବଂ ଅବକାରୀ ଅଧିକ୍ଷୀକ ରାମଚନ୍ଦ୍ର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗର କର୍ମଚାରୀ ମାନେ ଏହାକୁ କାର୍ଯ୍ୟକାରୀ ଘନ ଘନ ଜିଲ୍ଲାରେ ଚଢଉ କରିଆସୁଛନ୍ତି । ଏନେଇ ଆଜି ଗଂଜାମ ଅବକାରୀ ବିଭାଗର ଭ୍ରାମ୍ୟମାଣ ସଂସ୍ଥା ପକ୍ଷରୁ ଖଲ୍ଲିକୋଟ ତହସିଲ ଛକ ଠାରେ ଏକ ସ୍କୁଟି ଗାଡିରେ ବେଆଇନ ଗଞ୍ଜେଇ ଚାଲଣ ଉପରେ ଚଢାଉ ହୋଇଥିଲା । ପୁରୀ ଜିଲ୍ଲା ଚନ୍ଦନପୁର ଗାଁର ଅଭିଯୁକ୍ତ ମାଗୁଣୀ ବେହେରାକୁ ଗିରଫ କରାଯାଇଥିଲା । ତାଙ୍କ ନିକଟରୁ ୨୬ କେ.ଜି. ଗଞ୍ଜେଇ ଜବତ କରାଯାଇଥିଲା । ଏହି ଚଢାଉରେ ଅବକାରୀ ଉପ ଅଧିକ୍ଷୀକ ଅଭିମନ୍ୟୁ ବେହେରା, ଇନ୍ସପେକ୍ଟର ଗଙ୍ଗା ପାଇକରାୟ, ଭ୍ରାମ୍ୟମାଣ ସଂସ୍ଥାର ସବ୍ ଇନ୍ସପେକ୍ଟର ଦୁର୍ଯ୍ୟୋଧନ ଦିଗାଲ, ଏଏସଆଇ ବଳରାମ ବେହେରାଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ ।