୨୬ ନଭେମ୍ବର ସାଧାରଣ ଧର୍ମଘଟକୁ ଏଆଇକେକେଏମଏସ ର ସମର୍ଥନ

ନାଉଗାଁ,(ଓ୍ବାଇଏନ୍ଏସ୍):ଦେଶର ୧୦ଟି କେନ୍ଦ୍ରିୟ ଶ୍ରମିକ ସଂଗଠନ ଓ କର୍ମଚାରୀମାନଙ୍କ ଫେଡେରେସନ ପକ୍ଷରୁ ଆସନ୍ତା ୨୬ ନଭେମ୍ବରରେ ସାରା ଭାରତରେ ସାଧାରଣ ଧର୍ମଘଟ ଅନୁଷ୍ଠିତ ହେବ । ଏହି ଧର୍ମଘଟକୁ ସମର୍ଥନ କରିବା ପାଇଁ ଏଆଇକେକେଏମଏସ ପକ୍ଷରୁ ଆହ୍ୱାନ କରାଯାଇଛି । ଏହି ପରିପ୍ରେକ୍ଷୀରେ ନାଉଗାଁ ଶାଖା ପକ୍ଷରୁ କମିଟିର ସଭାପତି ମହେଶ୍ୱର ଦାସଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲା ସଂଗଠକ ସୁବାସ ସ୍ୱାଇଁ ଯୋଗ ଦେଇ ବର୍ତମାନର ପରିସ୍ଥିତି ସଂର୍ପକରେ ଆଲୋଚନା କରିବା ସହିତ ଅନ୍ୟାନ୍ୟ ଭ୍ରାତୃ ପ୍ରତିମ ସଂଗଠନମାନଙ୍କ ସହିତ ମିଶି ସାଧାରଣ ଧର୍ମଘଟକୁ ସଫଳ କରିବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା, ଗାଁ କମିଟି ମାନଙ୍କ ମିଟିଙ୍ଗିରେ ଆଲୋଚନା କରି ଏହି ଧର୍ମଘଟ ସଂର୍ପକରେ ଜଣାଇବା ସହିତ ଧର୍ମଘଟକୁ ସଫଳ କରିବାକୁ ନିଷ୍ପତି ଗ୍ରହଣ କରାଯାଇଛି । କମିଟିର ସଂପାଦକ ବସନ୍ତ ମଲ୍ଲିକ, ଅଜିତ କାଣ୍ଡି, ଆର୍ତ ଦାସ, ରଘୁନାଥ ଦାସ ପ୍ରମୁଖ ବୈଠକରେ ଉପସ୍ଥିତ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ