୨୬ ଲକଡାଉନ୍ ଉଲଂଘନକାରୀ ବାଇକ୍ ଜବତ
ଯୋଡା (ସମୀର କୁମାର ଦାସ) : ସହରରେ ଲକଡାଉନ୍ ଉଲଂଘନ କରି ବିନା କାରଣରେ ସହରରେ ବୁଲୁିଥିବା ୨୬ ଟି ବାଇକ୍ କୁ ଯୋଡା ପୋଲିସ ଜବତ କରିଛି । ପୋଲିସ ପ୍ରଶାସନ ପକ୍ଷରୁ ସରକାରଙ୍କ ପକ୍ଷରୁ ୨୧ ଦିନିଆ ଲକ୍ଡାଉନ ଘୋଷଣାକୁ କଡାକଡି ଭାବେ ପାଳନ କରାଯାଉଛି । ତେବେ ଏହି କଟକଣାକୁ ନମାନି ବିନା କାରଣରେ ସହରରେ ଏଣେ ତେଣେ ପଇଁତରା ମାରୁଛନ୍ତି , ସେମାନଙ୍କ ବାଇକ୍ ଗୁଡିକୁ ପୋଲିସ ଜବତ କରିଥିବା ବେଳେ , ଯେଉଁମାନେ ବାଇକ୍ ନେଇ ଜରୁରି କାମରେ ଆସିଥିବା ପ୍ରମାଣ ଦେଉଛନ୍ତି , ସେମାନଙ୍କୁ ଛାଡିଦିଆଯାଉଥିବା ପୋଲିସ ସୂଚନା ଦେଇଛି । ଗତ ଶନିବାର ମଧ୍ୟ ଯୋଡା ପୋଲିସ ୨୯ ଟି ବାଇକ ଜବତ କରିଥିଲା । ତେବେ ଜବତ ହୋଇିଥିବା ବାଇକ୍ ଗୁଡିକୁ ଲକଡାଉନ୍ ଉଠିବା ପରେ କାଗଜପତ୍ର ଜାଂଚ କରି ଛାଡିଦିଆଯିବ ବୋଲି ଯୋଡା ଥାନା ଆଇଆଇସି ରାଇସେନ୍ ମୁୁର୍ମୁ ସୂଚନା ଦେଇଛନ୍ତି ।


