୨୭ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ସଙ୍ଖାଳି ଗୌରୀ ମେଧା ସମ୍ମାନ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଳକ ଚାରୁ ଚନ୍ଦ୍ର ଇଂରାଜୀ ମାଧ୍ୟମ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ସଙ୍ଖାଳି ଗୌରୀ ମେଧା ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଙ୍ଗଠନର ସ୍ଥାୟୀ ସଭାପତି ଗୋବିନ୍ଦ ଚନ୍ଦ୍ର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ଗଣେଶ ପ୍ରସାଦ କରଶର୍ମା, ଡଃ.ସୁଧାଂଶୁ ଶେଖର ନାୟକ, ଡଃ.ଶୁଭେନ୍ଦ୍ର କୁମାର ମିଶ୍ର, ଅଲେଖ ଚନ୍ଦ୍ର ନାୟକ, ଚାରୁ ଚନ୍ଦ୍ର ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଧ୍ୟକ୍ଷ ଅକ୍ଷୟ କୁମାର ଜେନା, ଶିକ୍ଷକ ଶଶୀ ଶେଖର କରଶର୍ମା ଅତିଥି ଭାବେ ଯୋଗ ଦେଇଥିଲେ । ଶିକ୍ଷକ ସୁକାନ୍ତ କୁମାର ବେହେରା ମଞ୍ଚ ଆହ୍ୱାନ, ରମାକାନ୍ତ ଜେନା ଅତିଥି ପରିଚୟ, ସଙ୍ଗଠନର ସମ୍ପାଦକ ନାରାୟଣ ଚନ୍ଦ୍ର ଲେଙ୍କା ସ୍ୱାଗତ ଭାଷଣ, ଜଗନ୍ନାଥ ପାତ୍ର ଉଦ୍ଦେଶ୍ୟ ଜ୍ଞାପନ, ଅବସରପ୍ରାପ୍ତ ଶିକ୍ଷକ ବାବାଜି ଚରଣ ଦଳେଇ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଉକ୍ତ ବ୍ଲକରେ ଚଳିତ ବର୍ଷ ସି.ବି.ଏସ୍.ଇ ପରୀକ୍ଷାରେ ସର୍ବାଧିକ ନମ୍ବର ରଖି ଉର୍ତ୍ତୀର୍ଣ୍ଣ ହୋଇଥିବା ୨୭ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ମାନପତ୍ର, ଉପଢୌକନ ଓ ଅର୍ଥରାଶି ପ୍ରଦାନ କରାଯାଇଥିଲ । ଶିକ୍ଷକ ଶ୍ରୀକାନ୍ତ ପଣ୍ଡା, ଗୟାଧର ଦାସ, ସନ୍ତୋଷ କୁମାର ପାତ୍ର, ସନ୍ତୋଷ କୁମାର ଜେନା, ଆଲୋକ କୁମାର ମୁଖାର୍ଜୀ, ସୁବୋଧ କୁମାର ସାହୁ, ଭାଗବତ ସାହୁ, ରତ୍ନାକର ଦାସ, ସାମ୍ବାଦିକ ହେମନ୍ତ କୁମାର ସିଂହ, ଅକ୍ଷୟ ନାରାୟଣ ଦାସ, ଚାରୁ ଚନ୍ଦ୍ର ଇଂରାଜୀ ମାଧ୍ୟମ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷାକର୍ମୀ ସହଯୋଗ କରିଥିଲେ ।