୨ କୁଶଳୀ ଯୁବକଙ୍କ ଦ୍ଵାରା ପ୍ଲାଷ୍ଟିକ କୁଟୀର ଶିଳ୍ପ ସ୍ଥାପନ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ୨ ଜଣ କୁଶଳୀ ଯୁବକ ଲୋକନାଥ ନାୟକ ଓ ରାଜେଶ ପରିଡା ପବିତ୍ର ଦଶହରା ଉତ୍ସବ ଅବସର ରେ ଅସ୍ତରଙ୍ଗ ଠାରେ ସ୍ଥାପନା କରିଛନ୍ତି ପ୍ଲାଷ୍ଟିକ କୁଟୀର ଶିଳ୍ପ। ଏହି ଶିଳ୍ପ କୁ ସ୍ଥାନୀୟ ବିଧାୟକ ତଥା ରାଜ୍ୟ କ୍ରୀଡ଼ା, ଯୁବ ବ୍ୟାପାର, ତଥା ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାର କାନ୍ତି ବେହେରା ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଏହି ଉଦଘାଟନ ଉତ୍ସବ ରେ ପୁରୀ ଜିଲ୍ଲା ପରିଷଦ ଉପାଧକ୍ଷ ସ୍ୱାଧୀନ କୁମାର ନାୟକ, ଅସ୍ତରଙ୍ଗ ବ୍ଲକ ଅଧକ୍ଷା ଆରତୀ ନାୟକ, ଅସ୍ତରଙ୍ଗ ପୂର୍ବତନ ସମିତି ସଭ୍ୟ ତଥା ମିଳିତ ମେଣ୍ଟ ଆବାହକ ଦିବାକର ଛାଟୋଇ, ବହୁ ବୁଦ୍ଧିଜୀବୀ, ମହିଳା ଯୋଗ ଦେଇଥିଲେ। ରାଜ୍ୟ ବାହାରେ ବିଭିନ୍ନ କମ୍ପାନୀ ରେ କାର୍ଯ୍ୟ କରି ସେଠାରେ ନିଜ ଅଂଚଳ ର ଶ୍ରମିକ ମାନଙ୍କ ଦୁଃଖ ଓ ଦୁର୍ଦଶା ଦେଖିବା ପରେ ନିଜ ଜ୍ଞାନ, ଶିକ୍ଷା ଓ କୌଶଳ କୁ ଆଧାର କରି ନିଜ ଅଂଚଳ ରେ ପ୍ରତିଷ୍ଠା କରିଛନ୍ତି ପି. ଭି. ସି କବାଟ ,ଝରକା ର ନିର୍ମାଣ ଶିଳ୍ପ। ନିଜ ର ଉଦ୍ୟମ ଚେଷ୍ଟା ଓ ପ୍ରଚେଷ୍ଟା ଦୀର୍ଘ ୨ ବର୍ଷ ରୁ ଆରମ୍ଭ କରିଥିଲେ ଓ ଯାହା ଆଜି ବାସ୍ତବ ରୂପାୟନ ନେଇଛି, ଏହି ୨ ବର୍ଷ ରେ ଅନେକ ଆର୍ଥିକ ସମସ୍ୟା ବାଧା କୁ ଖାତିର ନକରି ୨ ଯୁବକ ବାହାର କରିଛନ୍ତି ଏକ ଭିନ୍ନ ଧରଣ ର କୌଶଳ ବୃତ୍ତି, କେବଳ ଅସ୍ତରଙ୍ଗ ନୁହେଁ ପୁରୀ ଜିଲ୍ଲା ଓ ଆଖପାଖ ପଡୋଶୀ ଜିଲ୍ଲା ର ଯୁବକ ମାନଙ୍କୁ ସେମାନେ ରୋଜଗାରକ୍ଷମ କରିବାର ସୁଯୋଗ ପ୍ରଦାନ କରିବେ। ନିଜେ ଆତ୍ମ ନିର୍ଭରଶୀଳ ହେବା ସହିତ ଏକାଧିକ ଯୁବକ ଙ୍କୁ ରୋଜଗାର ଯୋଗାଇଦେବାକୁ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ରଖି ଲୋକନାଥ ଓ ରାଜେଶ ଏହି ପ୍ଲାଷ୍ଟିକ କୁଟୀର ଶିଳ୍ପ ସ୍ଥାପନା କରିଥିବାରୁ ସେମାନଙ୍କ ଉଦ୍ୟମ କୁ ସବୁ ମହଲ ରୁ ପ୍ରଶଂସା ମିଳିଛି। ଲୋକନାଥ ଓ ରାଜେଶ ଙ୍କ ଏହି କାର୍ଯ୍ୟ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ