୨ ଦିନିଆ ଭାରତ ଗସ୍ତରେ ମର୍କେଲ୍‌ ଭାରତ-ଜର୍ମାନୀ ୧୭ ରାଜିନାମା ସ୍ୱାକ୍ଷର

ନୂଆଦିଲ୍ଲୀ: ଜର୍ମାନ ଚାନ୍ସଲର ଆଞ୍ଜେଲା ମର୍କେଲ୍ ଏବେ ୨ ଦିନିଆ ଭାରତ ଗସ୍ତରେ ଅଛନ୍ତି । ଏହି ଅବସରରେ ଭାରତ- ଜର୍ମାନୀ ମଧ୍ୟରେ ୧୭ ରାଜିନାମା ସ୍ୱାକ୍ଷର ହୋଇଛି । କୃଷି, ସାମୁଦ୍ରିକ ପ୍ରଯୁକ୍ତି, ଆୟୁର୍ବେଦ ଏବଂ ଯୋଗ ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ୧୭ଟି ରାଜିନାମା ସ୍ୱାକ୍ଷର ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମର୍କେଲ୍ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସଂପର୍କ ନେଇ ବିସ୍ତୃତ ଆଲୋଚନା କରିବାପରେ ୧୭ ରାଜିନାମା ସ୍ୱାକ୍ଷର ହୋଇଥିଲା । ମର୍କେଲ୍ କହିଛନ୍ତି, ଏହି ରାଜିନାମା ସ୍ୱାକ୍ଷର ହେବା ପ୍ରମାଣ କରିଦେଉଛି ଯେ, ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅଧିକ ସୁଦୃଢ଼ ହୋଇଛି ଏବଂ ନୂଆ ଆଧୁନିକ ବୈଷୟିକ ଦିଗରେ ଉଭୟ ରାଷ୍ଟ୍ର ଅଗ୍ରସର ହେଉଛନ୍ତି । ଉଭୟ ଭାରତ ଏବଂ ଜର୍ମାନୀ ମଧ୍ୟରେ ଆଜି ୫ଟି ଚୁକ୍ତିର ମିଳିତ ଘୋଷଣା କରାଯାଇଛି ବୋଲି ବିଦେଶ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି । ସାମରିକ ପ୍ରକଳ୍ପ କ୍ଷେତ୍ରରେ ସହଯୋଗ, ସାମୁଦ୍ରିକ ଆବର୍ଜନା ନିରାକରଣ କ୍ଷେତ୍ରରେ ସହଯୋଗ ଏବଂ ରୋବଟିକ୍ ଜ୍ଞାନକୌଶଳର ଗବେଷଣା ଏବଂ ବିକାଶ ଦିଗରେ ସ୍ୱାକ୍ଷରିତ ଚୁକ୍ତି ଦୁଇ ରାଷ୍ଟ୍ର ଦ୍ୱାରା ମିଳିତ ଭାବେ ଘୋଷଣା କରାଯାଇଛି । ସେହିପରି କୃଷି, ବୈଷୟିକ ଏବଂ ବୃତ୍ତିଗତ ତାଲିମ କ୍ଷେତ୍ରରେ ମଧ୍ୟ ଚୁକ୍ତି ସ୍ୱାକ୍ଷର ହୋଇଛି । ମର୍କେଲ୍ ଗତକାଲି ରାତିରେ ଦିଲ୍ଲୀରେ ଆସି ପହଞ୍ଚିଥିଲେ ।ସକାଳେ ମର୍କେଲ୍‌ଙ୍କୁ ରାଷ୍ଟ୍ରପତି ଭବନରେ ଭବ୍ୟ ସ୍ୱାଗତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ