୨ ପୋଲିସ କର୍ମଚାରୀଙ୍କ ସମେତ ୫ କରୋନା ଯୋଦ୍ଧା ସଂକ୍ରମିତ
ଫୁଲବାଣୀ,(ପ୍ରଶାନ୍ତ କୁମାର ବେହେରା): କନ୍ଧମାଳ ଜିଲ୍ଲାରେ ଆଜି ଫୁଲବାଣୀ ଟାଉନ ଥାନାର ଦୁଇଜଣ ପୁଲିସ କର୍ମଚାରୀଙ୍କୁ ମିଶାଇ ମୋଟ ୫ ଜଣ କରୋନା ଯୋଦ୍ଧାଙ୍କ ସମେତ ମୋଟ ୫୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪,୫୪୮ରେ ପହଂଚିଛି । ଏହି ସମସ୍ତ ଆକ୍ରାନ୍ତ ମାନଙ୍କ ମଧ୍ୟରୁ ଆଜି ସୁଦ୍ଧା ୩,୮୭୮ ଜଣ ସଂକ୍ରମିତ ସୁସ୍ଥ ହୋଇ ସେମାନଙ୍କ ଘରକୁ ଫେରିଛନ୍ତି । କରୋନା ଜନିତ ମୃତ୍ୟୁ ସଂଖ୍ୟା ଜିଲ୍ଲାରେ ୨୩ ରହିଛି ଆଉ ୬୪୭ ଜଣ ସଂକ୍ରମିତ ବିଭିନ୍ନ କୋଭିଡ ହସପିଟାଲରେ ରହି ଚିକିତ୍ସିତ ହେଉଛନ୍ତି । ଆଜିର ସଂକ୍ରମିତଙ୍କ ମଧ୍ୟରୁ ଜିଲ୍ଲାର ଫୁଲବାଣୀ ପୌରାଂଚଳରେ ୧୫ ଜଣ ଏବଂ ଗ୍ରାମାଂଚଳରେ ୨ଜଣ ଚିହ୍ନଟ ହୋଇଚନ୍ତି । ସେହିପରରି ବାଲିଗୁଡାର ବିଜ୍ଞାପିତ ଅଂଚଳରେ ୩ ଜଣ ଓ ଗ୍ରାମାଂଚଳରେ ୪ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଜିଲ୍ଲାର ଘୁ.ଉଦୟଗିରିରେ ୨,ଚକାପାଦରେ ୫,ଦାରିଙ୍ଗବାଡିରେ ୪,କ.ନୁଆଗାଁରେ ୩,ଖଜୁରିପଡାରେ ୫,କୋଟଗଡରେ ୩,ଫିରିଙ୍ଗିଆ ୨,ରାଇକିଆ ୫,ଟିକାବାଲିରେ ୧, ତୁମୁଡିବନ୍ଧ ଅଂଚଳରୁ ୪ ଜଣ ଥିବାବେଳେ ଅନ୍ୟାନ୍ୟ ଅଂଚଂଳରୁ ଜଣେ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ନେଇ ଜିଲ୍ଲା ପ୍ରଶାସନ ସୁତ୍ରରୁ ଜଣାପଡିଛି । ତେବେ କରୋନା ସଂକ୍ରମଣ ଧିରେଧିରେ ବଢିବାରେ ଲାଗିଥିବାରୁ ଲୋକଙ୍କୁ ଘରୁ ନ ବାହାରିବାକୁ ପ୍ରଶାସନ ତରଫରୁ କୁହାଯାଇଛି । ଅତି ଆବଶ୍ୟକ ହେଲେ ଘରୁ ବାହାରିବାବେଳେ ମୁହଁରେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୁରତା ବଜାୟ ରଖି ଯାତାୟାତ କରିବା ସହିତ କୋଭିଡ ନିୟମ ମାନି ଚଳିବାକୁ ଜିଲ୍ଲା ପ୍ରଶାସନ ତରଫରୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।