୨ ବାଇକ୍ ଧକ୍କାରେ ୩ ଆହାତ
ଛତ୍ରପୁର, (ଦେବଦତ୍ତ ମହାରଣା) : ଛତ୍ରପୁର ନିକଟ ୧୬ ନମ୍ବର ଜାତୀୟ ରାଜପଥ ପାଶ୍ୱର୍ ମା’ ଉଜ୍ଜଳେଶ୍ୱରୀ ମନ୍ଦିର ନିକଟରେ ଏକ ବାଇକ ପଛକୁ ଆଉ ଏକ ବାଇକ୍ ଧକ୍କା ଦେଇଛି । ଫଳରେ ଦୁଇଜଣ ଆହାତ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି । ସେମାନେ ହେଲେ ନାଉଳି ଗ୍ରାମର ଆଶା ଗୌଡ (୧୬), ଅଭିମନ୍ୟୁ ଗୌଡ (୨୬) ବୋଲି ଜଣାପଡିଛି । ଗୁରୁତର ଥିବା ବ୍ୟକ୍ତିଙ୍କ ପରିଚୟ ମିଳି ପାରିନାହିଁ । ସୂଚନାନୁସାରେ, ଏକ ବାଇକ ଯୋଗେ ଅଭିମନ୍ୟୁ ଓ ଆଶା ଗୌଡ ନିଜ ଗ୍ରାମ ନାଉଳିରୁ ଛତ୍ରପୁର ଅଭିମୁଖେ ଆସୁଥିବା ବେଳେ ଆଉ ଏକ ବାଇକରେ ଜଣେ ଆସି ତାଙ୍କୁ ଧକ୍କା ଦେଇଥିଲେ । ଫଳରେ ତିନି ଜଣ ଗୁରୁତର ଅବସ୍ଥାରେ ରାସ୍ତା ପାଶ୍ୱର୍କୁ ଛିଟିକି ପଡିଥିଲେ । ସମାଜସେବୀ ବଳିଆ ବେହେରା, ମାଧବ କାୟା ଓ କିଛି ସ୍ଥାନୀୟ ବାସିନ୍ଦା ତାଙ୍କୁ ଉଦ୍ଧାର କରି ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବା ବେଳେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଯାଇଥିବା ସୂଚନା ମିଳିଛି ।


