+୨ ବିଞାନ ପରୀକ୍ଷା ଫଳ ପ୍ରକାଶିତ ,ହିଂଜିଳିକାଟୁ କଲେଜରେ ୯୦% ପାସ୍,
ହିଂଜିଳିକାଟୁ, (ଶେଷଦେବ ସାହୁ): ମାଧ୍ୟାମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ବିଞାନ ପରୀକ୍ଷା ଫଳ ସୋମବାର ଦିନ ପ୍ରକାଶିତ ହୋଇଛି । ହିଂଜିଳିକାଟୁ ସ୍ୱଂୟସାଶିତ ବିଞାନ ମହାବିଦ୍ୟାଳୟରେ ୯୦% ଶିକ୍ଷାର୍ଥୀ ଉତୀର୍ଣ୍ଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ଜେ. ସୂର୍ଯ୍ୟ ନାରାୟଣ ଆଚାରୀ ସର୍ବାଧିକ ୮୭% ନମ୍ବର ରଖି କଲେଜ ଟପ୍ପର ହୋଇଛନ୍ତି । ହିଂଜିଳିକାଟୁ କଲେଜରେ ବିଞାନ ବିଭାଗରେ ୩୧୭ ଜଣ ଶିକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ୨୮୬ ପରୀକ୍ଷାର୍ଥୀ ଉତୀର୍ଣ୍ଣ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୧୨୪, ଦ୍ୱିତୀୟ ଶ୍ରେଣୀରେ ୧୦୨ ଓ ତୃତୀୟ ଶ୍ରେଣୀରେ ୬୦ ଜଣ ଶିକ୍ଷାର୍ଥୀ ପାସ୍ କରିଛନ୍ତି । ସେହିପରି ଏକ୍ସ-ରେଗୁଲାରରେ ୨୧ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨ ଜଣ ପ୍ରଥମ ଶ୍ରେଣୀ, ୪ ଜଣ ଦ୍ୱିତୀୟ ଶ୍ରେଣୀ ଓ ୧୦ ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି । ଅନୁରୂପ ଭାବେ ହଂଜିଳିକାଟୁ ବ୍ଳକ ପୋଚିଲିମା ସ୍ଥିତ ଖାମ୍ବେୟାଦୋରା କନିଷ୍ଟ ମହାବିଦ୍ୟାଳୟରେ ୯୮ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୬୯ ଜଣ ପାସ୍ କରିଛନ୍ତି । ସେମାନଙ୍କ ମଧ୍ୟରୁ ୬ ଜଣ ପ୍ରଥମ ଶ୍ରେଣୀ, ୨୧ ଜଣ ଦ୍ୱିତୀୟ ଶ୍ରେଣୀ ଓ ୪୨ ଜଣ ତୃତୀୟ ଶେୟଣୀରେ ପାସ୍ କରିଛନ୍ତି ।
ପଟୋ- କଲେଜ ଟପ୍ପର ଜେ. ସୂର୍ଯ୍ୟ ନାରାୟଣ ଆଚାରୀ