୨ ମାସ ବିତିବାକୁ ବସିଲା:କାହା ସ୍ୱାର୍ଥରେ ରିଲିଭ ହେଉନାହାନ୍ତି କନେଷ୍ଟବଳ
ବନ୍ତ,(ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲା ବନ୍ତ ଥାନାରେ ଥିବା ଜନୈକ କନେଷ୍ଟବଳଙ୍କର ଗତ ଅଗଷ୍ଟ ୧୨ ତାରିଖରେ ବଦଳି ଆଦେଶ ହୋଇଥିବା ବେଳେ ଏଠାରୁ ରିଲିଭ ନହେବା ନେଇ ସାଧାରଣରେ ନାନାଦି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରକାଶ ଯେ, ଜିଲା ଆରକ୍ଷୀ ଅଧିକ୍ଷକଙ୍କ ଆଦେଶନାମା ସଂଖ୍ୟା ୧୭୯୯/ଆର.ତ୍ତ୍ୱତା-୧୨-୮-୨୦୨୦ ରିଖରେ ଜିଲାର ୪ ଜଣ କନେଷ୍ଟବଳରଙ୍କର ଅନ୍ୟତ୍ର ବଦଳି ହୋଇଥିଲା । ଏଥିମଧ୍ୟରେ ବନ୍ତ ଥାନାର କନେଷ୍ଟବଳ ନିଳମାଧବ ରାଉତଙ୍କର ବାସୁଦେବପୁର କୋର୍ଟକୁ ବଦଳି ହୋଇଥିଲା । ବଦଳି କର୍ମଚାରୀ ମାନଙ୍କୁ ନୂତନ ସ୍ଥାନରେ ତୁରନ୍ତ ଯୋଗ ଦେବା ପାଇଁ ନିର୍ଦ୍ଦେଶ ହୋଇଥିଲା । ମାତ୍ର ଏହା ମଧ୍ୟରେ ୨ ମାସ ବିତିବାକୁ ବସିଥିବା ବେଳେ ବନ୍ତ ଥାନାର ସଂପୃକ୍ତ କନେଷ୍ଟବଳ ଅଦ୍ୟାବଧି ଉକ୍ତ ଥାନାରୁ ରିଲିଭ ହେଉନାହାନ୍ତି । ଜିଲା ପ୍ରଶାସନର ନିର୍ଦ୍ଦେର୍ଶକୁ ଜାଣିଶୁଣି ଅବମାନନା କରାଯାଉଥିଲେ ମଧ୍ୟ ପ୍ରଶାସନିକ ସ୍ତରରେ କୌଣସି ପଦକ୍ଷେପ ନିଆଯାଉନଥିବା ସାଧାରଣରେ ଅଭିଯୋଗ ହେଉଛି । ଅପରପକ୍ଷେ ବନ୍ତ ଥାନାରେ ଅନ୍ୟ ଜଣେ କର୍ମଚାରୀଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବା ବେଳେ ସେ କେବେ ଠାରୁ ରିଲିଭ ହୋଇସାରିଛନ୍ତି । ତେବେ ସଂପୃକ୍ତ କନେଷ୍ଟବଳ କାହା ସ୍ୱାର୍ଥରେ ଅଦ୍ୟାବଧି ରିଲିଭ ହେଉନାହାନ୍ତି ସେନେଇ ଅଞ୍ଚଳବାସୀଙ୍କ ମନରେ ସନ୍ଦେହ ପ୍ରକାଶ ପାଇଛି । ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି ।


