୩ମନ୍ତ୍ରୀ ଓ ରାଜ୍ୟସଭା ସାଂସଦଙ୍କୁ ଭେଟିଲେ ମୋହନା ନିର୍ବାଚନ ମଣ୍ଡଳୀର ବ୍ଲକ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାର ମୋହନା ବିଧାନସଭା ନିର୍ବାଚନ ମଣ୍ଡଳୀର ଚାରୋଟି ବ୍ଲକର ବ୍ଲକ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ମାନେ ଭୁବନେଶ୍ୱର ଠାରେ ନବ ନିଯୁକ୍ତ ୩ମନ୍ତ୍ରୀ ଓ ଜଣେ ରାଜ୍ୟସଭା ସାଂସଦଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ସହ ନିର୍ବାଚନ ମଣ୍ଡଳୀର ବିକାଶ ଲାଗି ଆଲୋଚନା କରିଛନ୍ତି । ଏଥିରେ ରାୟଗଡ଼ ବ୍ଲକ ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକ, ଉପାଧ୍ୟକ୍ଷ ଜ୍ୟୋତି ପ୍ରସାଦ ପାଣି, ନୂଆଗଡ଼ ବ୍ଲକର ଅଧ୍ୟକ୍ଷା ମାଳତୀ ପ୍ରଧାନ, ଆର୍. ଉଦୟଗିରି ବ୍ଲକର ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ଶବର, ଉପାଧ୍ୟକ୍ଷା ବିଜୟ ଲକ୍ଷ୍ମୀ ପଟନାୟକ ଓ ମୋହନା ବ୍ଲକର ଅଧ୍ୟକ୍ଷ ରଞ୍ଜୀବ ଶବରଙ୍କ ସମେତ ଜିଲ୍ଲା ସଭାପତି ପ୍ରଦୀପ ନାୟକ ଓ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ପୂର୍ବତନ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ ପ୍ରମୁଖ ଭୁବନେଶ୍ବର ଠାରେ ଏସ୍ ସି ଏସ୍ ଟି କଲ୍ୟାଣ ଓ ଆଇନ୍ ମନ୍ତ୍ରୀ ଜଗନ୍ନାଥ ସାରକା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଶ୍ରମ ଓ ଇଏସଆଇ ବିଭାଗ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଏବଂ ରାଜ୍ୟ ସଭା ସାଂସଦ ମାନସ ମଙ୍ଗରାଜଙ୍କୁ ଭେଟି ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରି ଶୁଭେଚ୍ଛା ଜଣାଇଥିଲେ । ଏହା ସହ ନିର୍ବାଚନ ମଣ୍ଡଳୀର ବିକାଶ ନିମନ୍ତେ ଆଲୋଚନା କରିଥିବାର ଜଣାପଡିଛି । ନବନିଯୁକ୍ତ ମନ୍ତ୍ରୀ ଓ ରାଜ୍ୟସଭା ସାଂସଦ ମାନେ ମଧ୍ୟ ବେସ ଉତ୍ସାହିତ ମନୋଭାବ ପୋଷଣ କରି ଗଜପତି ଜିଲ୍ଲାର ବିକାଶ ଦିଗରେ ଜାରି ରହିଥିବା କାର୍ଯ୍ୟକ୍ରମକୁ ଆହୁରି ତ୍ୱରାନ୍ୱିତ କରିବୁ ବୋଲି ପ୍ରତିଶ୍ରୁତି ଦେଇଥିବାର ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ