୩୦ ତମ ରାଜ୍ୟ ସ୍ତରୀୟ ହ୍ୟାଣ୍ଡଵଲ ଚମ୍ପିୟାନସିପରେ ଭାଗ ନେବାକୁ କେନ୍ଦୁଝର ବାଳକ ଦଳର ପୁରୀ ଯାତ୍ରା
କେନ୍ଦୁଝର, (ଯୁଗାବ୍ଦ ନ୍ୟୁଜ):ପୁରି ହ୍ୟାଣ୍ଡବଲ ସଂଘ ଦ୍ଵାରା ଆୟୋଜିତ ୩୦ ତମ ରାଜ୍ୟସ୍ତରୀୟ ବାଳକ ହ୍ୟାଣ୍ଡବଲ ଚମ୍ପିଆନସିପରେ ଭାଗ ନେବାକୁ କେନ୍ଦୁଝର ବାଳକ ଦଳ ଆଜି ବଡ଼ବିଲ ପୁରି ଗ୍ରେନ ରେ ପୁରି ଅଭିମୁଖେ ଯାତ୍ରା କରିଛନ୍ତି । ଅମିତ କୁମାର ଜେନାଙ୍କ ନେତୃତ୍ୱରେ ୧୬ ଜଣିଆ ଟିମ ପୁରି ଯାଇଛି । ପୁରି ଯାଇଥିବା ଟିମ ର ସଦସ୍ୟମାନେ ହେଲେ ଅଧିନାୟକ ଅମିତ କୁମାର ଜେନା,ଉପ-ଅଧିନାୟକ ଗୌରି ଶଙ୍କର ଜେନା,ମନୋଜ ଦାଶସୌରଭ ଜେନା,ଅର୍ଜୁନ ପ୍ରତାପ ନାଏକ,ଅମିତ କୁମାର ଦଳେଇ,ଆଶୁତୋଷ ମହାନ୍ତି,ଆୟୁଷ କୁମାର ନାଗ,ଦିଲସାନ ଖାନ,ଯୁବରାଜ ଶର୍ମା,ସମିର ନାଏକ,ଏସ କେ ଜିସାନ ଇମ୍ରାନ,ପଂକିର ମୋହନ ନାଏକ,ଦୁର୍ଗା ମାଧବ ପାତ୍ର ଓ ପ୍ରତାପ ଜେନା । ଗତ ବର୍ଷ ପୁରି ରେ ଦଳକୁ ୨ୟ ସ୍ଥାନ ରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା । ଏଣୁ ଚଳିତ ବର୍ଷ ଦଳ କୋଚ ପ୍ରଣୟ ପାଣିଙ୍କ ଅଧିନରେ କଡ଼ା ଅଭ୍ୟାସ କରିଛି । ଏଣୁ ଆଶା ଦଳ ଭଲ ପ୍ରଦର୍ଶନ କରିବ । ଗତ ବର୍ଷ ଏହି ଦଳରୁ ଗୌରି ଶଙ୍କର ଜେନା ଓ ରୁତୁରାଜ ଜେନା ଜାତୀୟ ଦଳ ରେ ସ୍ଥାନ ପାଇଥିଲେ । ଚଳିତ ବର୍ଷ ରବିନ୍ଦ୍ର ବାରିକ ମ୍ୟାନେଜର ଭାବେ ଦଳକୁ ଟ୍ରେନ ରେ ପୁରି ନେବେ ବୋଲି ସଂଘର ସଭାପତୀ ଇଂ ବସନ୍ତ କୁମାର ଦାନି ଓ ସମ୍ପାଦକ ରିତିକ ଅଧିକାରୀ ସୁଚନା ଦେଇଛନ୍ତି ।