୩୦ ଲିଟର ମହୁଲି ମଦ ଜବତ, ୧ ଗିରଫ

ଯୋଡ଼ା, (ଯୁଗାବ୍ଦ ନ୍ୟୁଜ୍):କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ଜଲହରି ଗ୍ରାମ ପନଚାୟତର କପୁର ହଟିଂ ଠାରେ ମହିଳା ସ୍ୱୟଂ ସହାୟକ ମହାସଂଘ ପକ୍ଷରୁ ବୁଧବାର ଚଢାଉ କରାଯାଇ ୩୦ ଲିଟର ମହୁଲି ମଦ ଠାବ କରିବା ସହ ଏଥିରେ ସଂପୃକ୍ତ ଅଭିଯୁକ୍ତଙ୍କୁ ପୋଲିସ ରେ ଜିମା ଦେଇଥିବା ଜଣାପଡିଛିି । ଖବର ନେବାରୁ ଜଣାପଡିଛି ଯେ, ବିଶ୍ୱସ୍ତ ସୂତ୍ରରୁ ଖବରପାଇ ଗଜଲକ୍ଷ୍ମୀ ମହାସଂଘର ମହିଳାମାନେ ବୁଧବାର ସକାଳ ପ୍ରାୟ ୮ ଘଟିକା ସମୟରେ କପୁର ହଟିଂରେ ରହୁଥିବା ଗୁରୁଚରଣ ମୁଣ୍ଡା ଙ୍କ ଘରେ ଚଢାଉ କରିଥିଲେ । ଫଳରେ ତାଙ୍କଠାରୁ ୩୦ ମହୁଲି ମଦ ଠାବ କରିଥିଲେ । ବାମେବାରୀ ପୋଲିସକୁ ଏନେଇ ଜଣାଇବା ପରେ ପୋଲିସ ପହନଚି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ଦ୍ୱାରା ଠାବ କରାଯାଇଥିବା ଚୋରା ମଦକୁ ଜବତ କରିବା ସହିତ ସଂପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଏଠାରେ ପ୍ରକାଶ ଯୋଗ୍ୟ କି, ଜଲହରି ଗ୍ରାମପନଚାୟତର ପ୍ରାୟ ୫୦ ରୁ ଉଦ୍ଧ୍ୱର୍ ସଂୟ ସହାୟକ ଗୋଷ୍ଠୀର ପ୍ରାୟ ୫ଶହ ରୁ ଉଦ୍ଧ୍ୱର୍ ମହିଳା ମାନଙ୍କୁ ନେଇ ଗଠିତ ଗଜଲକ୍ଷ୍ମୀ ମହାସଂଘ ପକ୍ଷରୁ ଅଂଚଳରେ ମଦ ବିରୋଧୀ ଅଭିଯାନ ଆରମ୍ଭ କରାଯାଇଛି । ଗ୍ରାମପନଚାୟତରେ ପ୍ରଶାସନର ଅନୁମତି କ୍ରମେ ଦୁଇ ଥର ମଦ ବିରୋଧୀ ସଚେତନତା ରାଲି କରାଯାଇ ଚେତାବନି ଦିଆଯାଇଥିଲା । ସେହିପରି ଯୋଡା ପୋଲିସ ବୁଧବାର ଯୋଡା ସହରର ଆଜାଦ ବସ୍ତି ଓ କଳାପାହାଡଠାରେ ଚଢାଉ କରି ସମୁଦାୟ ୩୫ ଲିଟର ଚୋରା ଦେଶୀ ମଦ ଜବତ କରିବା ସହିତ ଏଥିରେ ସଂପୃକ୍ତ ଆଜାଦ୍ ବସ୍ତିର କୁନ୍ଦନ ରାଓ ଓ କଳାପାହାଡ ଅଂଚଳର ପ୍ରଶାନ୍ତ କୁମାର ସାହୁ ଙ୍କୁ ଗିରଫ କରିଥିବା ଜଣାପଡିଛି । ପୋଲିସ ଏନେଇ କେଶ୍ ନଂ ୧୫୭/୨୦୧୯ ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ