୩୧ ଯାଏଁ ମୁମ୍ବାଇରେ ଡବାବାଲା ସେବା ବନ୍ଦ

ମୁମ୍ବାଇ : ସାରା ବିଶ୍ବରେ କରୋନା ତା’ର ପ୍ରକୋପ ଜାରି ରଖିଛି । ଭାରତରେ ଏହି ଭାଇରସ୍‌ ଯୋଗୁଁ ୧୬୬ ଜଣ ସଂକ୍ରମିତ ହୋଇଥିବାବେଳେ ତିନିଜଣଙ୍କର ମୃତ୍ୟୁ ଘଟିଛି। ଭାରତର ସବୁଠାରୁ ବ୍ୟସ୍ତ ବହୁଳ ତଥା ମାୟାନଗରୀ ମୁମ୍ବାଇ ସହରରେ ସବୁଠାରୁ ଅଧିକ ୪୨ ଜଣ ଆକ୍ରାନ୍ତ ରହିଛନ୍ତି । ଏନେଇ ମହାରାଷ୍ଟ୍ରରେ ସରକାରଙ୍କ ତରଫରୁ ବ୍ୟାପକ ସତର୍କତା ଅବଲମ୍ବନ କରାଯାଇଛି । ଏହି କ୍ରମରେ ମୁମ୍ବାଇର ଡବାବାଲାମାନେ ସର୍ଭିସକୁ ମାର୍ଚ୍ଚ ୩୧ ଯାଏଁ ବନ୍ଦ କରାଯାଇଛି। ସେହିଭଳି ମୁମ୍ବାଇର ହାଜି ଅଲି ଦରଗାହକୁ ମଧ୍ୟ ବନ୍ଦ କରାଯାଇଛି। ମହାରାଷ୍ଟ୍ରରେ ସର୍ବାଧିକ ଲୋକ କରୋନା ଦ୍ୱାରା ଆକ୍ରାନ୍ତ ହେବା ପରେ ମହାରାଷ୍ଟ୍ର ସରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ଗୁରୁବାର ଦିନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଲୋକମାନଙ୍କୁ ଘରୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି । ଓ୍ବାର୍କ ଆର୍ଟ ହୋମ କରିବାକୁ ନିର୍ଦ୍ଦେଶ ରହିଛି । ରାଜ୍ୟରେ ସ୍କୁଲ, କଲେଜ ବନ୍ଦ କରାଯାଇଛି ।
ସୂଚନାଯୋଗ୍ୟ, ୧୮୯୦ ମସିହାରୁ ମୁମ୍ବାଇଠାରେ ଡବାବାଲାମାନେ ନିଜର ସେବା ଯୋଗାଇ ଆସୁଛନ୍ତି । ଏମାନଙ୍କର କାମ ତଥା ସେବା ଯୋଗାଇ ଦେବା ଅନନ୍ୟ ଓ ବେଶ୍‌ ପ୍ରଶଂସନୀୟ। ଏଥିପାଇଁ ଏମାନଙ୍କୁ ବହୁ ସମ୍ମାନରେ ସମ୍ମାନିତ କରାଯାଇଛି । ପ୍ରାୟ ୫ ହଜାର ଡବାବାଲା ମୁମ୍ବାଇରେ ୨ ଲକ୍ଷ ଲଞ୍ଚ ବକ୍ସ ପହଞ୍ଚାନ୍ତି । ସାମାଜିକ ଭାଗିଦାରୀ ପାଇଁ ମୁମ୍ବାଇଠାରେ ଏହି ଡବାବାଲାମାନେ ରୋଟି ବ୍ୟାଙ୍କ ଚଲାଇଥାନ୍ତି । ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଲୋକଙ୍କୁ ମାଗଣାରେ ମଧ୍ୟ ଖାଦ୍ୟ ଯୋଗାଇଥା’ନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ