୩୨ଜଣ ପ୍ରବସୀଙ୍କୁ ନେଇ ଗଜପତିରେ ପହଞ୍ଚିଲା ବସ୍
ମୋହନା, (ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ବ୍ଲକର ବିଭିନ ସ୍ଥାନରୁ ଦାଦନ ଖଟିବାକୁ ଯାଇ ଫସି ରହିଥିବା ପ୍ରବାସୀ ଓଡ଼ିଆଙ୍କୁ ଘର ବାହୁଡ଼ା କରାଯାଉଛି । ସେପରି ଆଜି ହାଇଦ୍ରାବାଦ ଅଞ୍ଚଳରୁ ୫ଜଣ ମହିଳା୨୭ଜଣ ପୁରୁଷ ପ୍ରବାସୀଙ୍କୁ ବସ୍ ଯୋଗେ ଅଣାଯାଇଛି । ତାଙ୍କୁ ଶିଙ୍କୁଳିପଦର ବିଦ୍ୟାଳୟରେରେ ସଙ୍ଗରୋଧ ଗୃହରେ ରଖା ଯାଇଛି ବୋଲି ବିଡ଼ିଓ ବଂଶୀଧର ଖୁସଲା କହିଛନ୍ତି ।