୩୨୬ ଜାତୀୟ ରାଜପଥ ଅବସ୍ଥା ଶୋଚନୀୟ, ପ୍ରଶାସନ ନୀରବଦ୍ରଷ୍ଟା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଜାତୀୟ ରାଜପଥ ନିର୍ମାଣ ଓ ମରାମତିରେ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ହେଲେ ବିଭାଗୀୟ ଅଧିକାରୀଙ୍କ ଇଚ୍ଛା ଶକ୍ତିର ଅଭାବ ଯୋଗୁଁ ଲୋକେ ଭୋଗୁଛନ୍ତି କଷ୍ଟ । ଗଜପତିର ପାରଳାଖେମୁଣ୍ଡିରୁ ମୋହନା ଓ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡିରୁ ମୋହନା ଦେଇ ରାୟଗଡ଼ ଜିଲ୍ଲାକୁ ସଂଯୋଗ କରୁଥିବା ୩୨୬ ଓ ୩୨୬(A) ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା ବୋଲି ଅଞ୍ଚଳବାସୀ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦେଇ କହିଛନ୍ତିଯେ, ଏହି ରାସ୍ତା ଅବସ୍ଥା ଶୋଚନୀୟ ।ଦୈନିକ ଏହି ରାଜପଥ ଦେଇ ଶହ ଶହ ବସ୍, ଟ୍ରକ୍ ,କାର, ବାଇକ ଯାତାୟତ କରେ। ହେଲେ ରାଜପଥର ଅବସ୍ଥା ନ କହିବା ଭଲ। ପ୍ରତ୍ୟେକ ଦିନ ଏହି ରାସ୍ତାରେ ଛୋଟ ବଡ଼ ଦୁର୍ଘଟଣା ଘଟିବା ସହ ଜୀବନହାନୀ ଘଟୁଥିବା ଦେଖିବାକୁ ମିଳିଛି। ଏନେଇ ଅଞ୍ଚଳର ଜନ ସାଧାରଣଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି । ରାଜପଥର ବିଭିନ୍ନ ସ୍ଥାନ ଖାଲ ଖମାରେ ପରିପୂର୍ଣ୍ଣ । ଦୀର୍ଘ ବର୍ଷ ହେଲା ମରାମତି ନ ହୋଇ ପଡ଼ି ରହିଛି ଜାତୀୟ ରାଜପଥ । ବାରମ୍ଵାର ଜିଲ୍ଲା ବିଭାଗୀୟ ଅଧିକାରୀ ମାନଙ୍କୁ ଏ ସଂପର୍କରେ ଅବଗତ କଲେ ମଧ୍ୟ ସମାଧାନ ଶୂନ।ନିର୍ବାଚିତ ଜନ ପ୍ରତିନିଧିଙ୍କ ଠାରୁ ଆରମ୍ଭକରି ସରକାରୀ ବାବୁ ମାନେ ମଧ୍ୟ ଏହି ରାସ୍ତାଦେଇ ଦୈନିକ ଯାତାୟାତ କରନ୍ତି କିନ୍ତୁ କାହାର ଏଥି ପ୍ରତି ନଜର ପଡେନାହିଁ । କିନ୍ତୁ ଅଞ୍ଚଳର ନିରୀହ ସାଧାରଣ ଜନତା ହନ୍ତସନ୍ତ ହେଉଛନ୍ତି ।ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷା ଲାଭ କରୁଥିବା ଛାତ୍ର ଛାତ୍ରୀମାନଙ୍କ ଠlରୁ ଆରମ୍ଭ କରି ବସ ଯାତ୍ରୀ ହୁଅନ୍ତୁ ବା ଆମ୍ବୁଲାନ୍ସ ସମସ୍ତେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ଆମରି ଉପରିସ୍ଥ ଅଧିକାରୀ ମନା କରିଛନ୍ତି କିଛି କହିବାକୁ ବୋଲି କହିଛନ୍ତି । ଖବର ପ୍ରସାରଣ ପରେ କି ପଦକ୍ଷେପ ନେଉଛନ୍ତି ଉପରିସ୍ଥ ଅଧିକାରୀ ଦେଖିବାକୁ ବାକି ରହିଲା ।


