୩୩/୧୧ କେଭି ବିଦ୍ୟୁତ ସବଷ୍ଟେସନ ପାଇଁ ଶିଳାନ୍ୟାସ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଛଣିଜଙ୍ଗ ଗ୍ରାମ ପଞ୍ଚାୟତ ର ଅଳକୁଣ୍ଡ ଠାରେ ୧୦ କୋଟି ଟଙ୍କା ବ୍ୟୟ ଅଟକଳରେ ୩୩/୧୧ କେଭି ବିଦ୍ୟୁତ ସବଷ୍ଟେସନ ସ୍ଥାପନା ପାଇଁ ଆଜି ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ ଆଜି ସବଷ୍ଟେସନ ପାଇଁ ଶିଳାନ୍ୟାସ କରିଛନ୍ତି। ଏହା ଦ୍ଵାରା ଛଣିଜଙ୍ଗ,ତମ୍ପାଳ,ବାହାରଣା ଓ ଗୋପ ର ପୟରା ପଞ୍ଚାୟତ ର ୬ ହଜାର ଉପଭୋକ୍ତା ଉପକୃତ ହେବେ । ଏଠାରେ ଅନୁଷ୍ଠିତ ଶିଳାନ୍ୟାସ ଉତ୍ସବ ରେ ଅତିଥିଭାବେ ବିଧାୟକ ଶ୍ରୀ ଦାଶ ଙ୍କ ସହିତ ନିମାପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷ ଶଙ୍କର ଭୋଇ ,ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ନାୟକ, ଅଜୟ କୁମାର ସ୍ୱାଇଁ, ମହେନ୍ଦ୍ର ମହାପାତ୍ର,ପ୍ରଶାନ୍ତ କୁମାର। ବେହେରା, ରଚିଦାନନ୍ଦ ଖଟୋଇ, ଅରକ୍ଷିତ ଭୋଇ ଙ୍କ ସମେତ ବିଦ୍ୟୁତ୍ ବିଭାଗର ସମସ୍ତ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ