୩୬ ତମ ରାଜ୍ୟ କରାଟେ ପ୍ରତିଯୋଗିତାରେ ସମୀକ୍ଷା ମହାନ୍ତଂକର ସଫଳତା
କେନ୍ଦୁଝର, (ଯୁଗାବ୍ଦ ନ୍ୟୁଜ):୩୬ତମ ରାଜ୍ୟ ପ୍ରତିଯୋଗିତା ରେ କେନ୍ଦୁଝରର ପ୍ରତିଯୋଗୀମାନେ କୃତିତ୍ୱର ସହିତ ସଫଳତା ପାଇଛନ୍ତି।ଏମାନଙ୍କ ମଧ୍ୟରୁ କେନ୍ଦୁଝରର ଅଗ୍ରଣୀ ସ୍ପୋର୍ଟ୍ସ ଏକାଡେମୀ ର ୯ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ ଜରିଥିଲେ। ସେଥିମଧ୍ୟରୁ ସମୀକ୍ଷା ମହାନ୍ତ ସ୍ୱର୍ଣ କୁମିତେରେ, ଜ୍ୟୋତିରାଣୀ ଲୋହାର, ଅଂଶୁମାନ ମହାନ୍ତ ପ୍ରମୁଖ ସଫଳତା ପାଇଛନ୍ତି। ସେଥିମଧ୍ୟରୁ ସମୀକ୍ଷା ମହାନ୍ତ କେନ୍ଦୁଝର ଜିଲ୍ଲାର ଏକ ମାତ୍ର ଖେଳାଳି ଭାବେ ଜାତୀୟ ସ୍ଥରରେ ଅଂଶ ଗ୍ରହଣ କରିବାକୁ ଯାଉଛନ୍ତି। ସେ କେନ୍ଦ୍ରୀୟ ବିଦ୍ୟାଳୟ ର ତୃତୀୟ ଶ୍ରେଣୀର ଛାତ୍ରୀ ଅଟନ୍ତି। ତାଙ୍କ ଘର କବିତ୍ରା ଗାଁରେ ଏବଂ ତାଙ୍କ ମା ମୁଖ୍ୟ ଚିକିତ୍ସାଳୟ ରେ ସେବିକା ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ବର୍ଗରୁ ଶୁଭଛା ଜ୍ଞାପନ କରାଯାଉଥିବାବାବେଳେ ଜାତୀୟ ସ୍ଥରର ହେବାକୁ ଥିବା କରାଟେ ଖେଳରେ ତାଙ୍କର ସଫଳତା ପାଇଁ ବହୁ ବ୍ୟକ୍ତି ବିଶେଷ ତାରିଣୀଙ୍କ ନିକଟରେ ପୂଜାର୍ଚନା କରିଛନ୍ତି।