୩୭୫ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଉଦଳା,( ରାଜୀବ ବେହେରା): ପ୍ରଥମ କରି ମୁଖ୍ୟମନ୍ତ୍ରୀ ହେବା ପରେ ମୋହନ ଚରଣ ମାଝୀ ଆଜି କପ୍ତିପଦା ଉପଖଣ୍ଡ ଉଦଳା ଠାରେ ପ୍ରଥମ ଥର ପାଇଁ ପଞ୍ଚାୟତିରାଜ ଏବଂ ପାନୀୟଜଳ ବିଭାଗ ପକ୍ଷରୁ ପ୍ରାୟ ୧୦୦ କୋଟି ଟଙ୍କା ବିନିଯୋଗରେ ୫୨ଟି ପ୍ରକଳ୍ପର ଶୁଭ ଉଦଘାଟନ ଏବଂ ପ୍ରାୟ ୨୭୫ କୋଟି ଟଙ୍କା ବିନିଯୋଗରେ ୧୦୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ଥର ସ୍ଥାପନ କରିଛନ୍ତି। ପ୍ରଗତି ପଥରେ ମୟୁରଭଞ୍ଜ କାର୍ଯ୍ୟକ୍ରମ ରେ ଉଦଳାରେ ୩୭୫ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବିଜେପି ସରକାର ୯ ମାସରେ ପଦାର୍ପଣ କରିଛି, ଏହି ଅବସରରେ ରାଜ୍ୟରେ ନୂଆ ସରକାର ରାଜ୍ୟକୁ ପ୍ରଗତି ପଥରେ ଆଗେଇ ନେଇଛନ୍ତି l ସରକାର ଏବେ ଲୋକଙ୍କ କଥା ବୁଝୁଛନ୍ତି , ଲୋକଙ୍କ ପାଖରେ ପହଂଚୁଛନ୍ତି ସରକାର l ଏହି ଅବସରରେ ଆରମ୍ଭ ହୋଇଛି ମାରାଥନ, ରାଜ୍ୟରେ ୨୪ ବର୍ଷର ବିଜେଡି ସରକାର ଯିବା ପରେ ଏବେ ବିଜେପି ଗଢିଛି ନୂଆ ସରକାର, ପୂର୍ବ ସରକାର ର ଦୋଷ ତ୍ରୁଟି କୁ ବାହାର କରି, ପଥ ଭ୍ରଷ୍ଟ ହୋଇ ଥିବା ଶାସନ କଳକୁ ତାଗିଦ କରି ସ୍ଵଛ କରି ଛି ନୂଆ ସରକାର, ଦେଶର ପ୍ରଗତି ଏବଂ ସରକାର ଏବଂ ଦଳକୁ ସୁଦୃଢ କରୁଛି ବିଜେପି l ତେବେ ୨୦୦୦ ମସିହା ଠାରୁ ୨୦୨୪ ପର୍ଯ୍ୟନ୍ତ ୪ ଥର ବିଧାୟକ ଆଉ ପ୍ରଥମ କରି ବିଜେପି ସରକାର ରେ ମୁଖ୍ୟ ମନ୍ତ୍ରୀ ହେବାପରେ ମୟୁରଭଞ୍ଜ ଜିଲ୍ଲା ଉଦଳା ମାଟିରେ ପାଦ ଦେଇଛନ୍ତି ମୁଖ୍ୟ ମନ୍ତ୍ରୀ l ମୁଖ୍ୟମନ୍ତ୍ରୀ ଙ୍କ ଆଗମନରେ ବାଥୁଡି, ଭୀମଜ, ସାନ୍ତାଳୀ, ହୋଓ, ମୁଣ୍ଡା, ଭଳି ବିଭିନ୍ନ ସାମlଜିକ ସଂଗଠନ ଦଳ ପକ୍ଷରୁ ନୂଆ ମୁଖ୍ୟମନ୍ତ୍ରୀ ଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି l ଉଦଳା କଲେଜ ପଡିଆରେ ଅବତରଣ କରି ସିଧା ଯାଇ ପାଟପୁର ସ୍ଥିତି ଖେଳପଡ଼ିରେ ଏକ ବିରାଟ ସଭାର ରେ ମଞ୍ଚାସିନ ହୋଇ ଛନ୍ତି ମୋହନ, ତେବେ ଏହି ମଞ୍ଚରେ ବହୁ ବିଧାୟକ, ସମେତ ଲୋକଙ୍କ ଭିଡ ଲାଗିଛି, ପୁରା ମଞ୍ଚ, ରାସ୍ତା ଘାଟ ଜନ ସମୁଦ୍ର ଦେଖିବାକୁ ମିଳିଛି l ଲୋକ ମାନେ ମୁଖ୍ୟମନ୍ତ୍ରୀ ଙ୍କୁ ଫୁଲ ପୁଷ୍ପ ଗୁଛ ପ୍ରଦାନ କରିଛନ୍ତି… ତେବେ ଏହି ମଞ୍ଚରେ ୩୭୫ କୋଟି ଟଙ୍କାର ପ୍ରକଳ୍ପ, ୧୦୦ କୋଟି ଟଙ୍କା ବିନିମୟ ରେ ୫୨ଗୋଟି ପ୍ରକଳ୍ପ, ୨୭୫ କୋଟି ଟଙ୍କା ବିନିଯୋଗ ୧୦୬ ଟି ପ୍ରକଳ୍ପ ସୁଭାରମ୍ଭ ଓ ଶିଳାନ୍ୟାସ କରିଛନ୍ତି ମୋହନ l ଏଥିରେ ଅଙ୍ଗନବାଡି କେନ୍ଦ୍ର, ଜଳାଶୟର ଉନ୍ନତିକରଣ, ଜନସେବା କେନ୍ଦ୍ର, ଜନ ସ୍ୱାସ୍ଥ୍ୟକେନ୍ଦ୍ର, ସମବାୟ ସଂସ୍ଥା ଆଦି ଅନେକ ପ୍ରକଳ୍ପ ଅନ୍ତର୍ଭୁକ୍ତ। ଏଥିସହ ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ଅନେକ ମନ୍ଦିର ବିଶେଷ କରି ବାଥୁଡି ସମ୍ପ୍ରଦାୟ ପାଇଁ ଗୋଟିଏ କମ୍ୟୁନିଟି ସେଣ୍ଟର ମଧ୍ୟ କରାଯାଇଛି। ଏହି ସମସ୍ତ ପ୍ରକଳ୍ପ କପ୍ତିପଦା ଉପଖଣ୍ଡ ପାଇଁ ଏକ ନୂତନ ବିକାଶର ଧାରା ସୃଷ୍ଟି କରିବା ସହିତ ବିକଶିତ ଓଡ଼ିଶା ଗଠନ କରିବା ପାଇଁ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି
ପଞ୍ଚାୟତ ଏବଂ ପାନୀୟ ଜଳ ବିଭିନ୍ନ ଉର୍ନତି ମୂଳକ ଯୋଜନାର ଶୁଭାରମ୍ଭ ଏବଂ ଘୋଷଣା କରିବା ସହିତ ଶିଳାନ୍ୟାସ କରିଛନ୍ତି, ଏହି ପରିପ୍ରେକ୍ଷୀରେ କପ୍ତିପଦା ଉପଖଣ୍ଡ ରେ ୩୭୫ କୋଟି ଟଙ୍କାର ପ୍ରକଳ୍ପ ଶୁଭାରମ୍ଭ ଓ ଶିଳାନ୍ୟାସ କରିଛନ୍ତି l ମୟୁରଭଞ୍ଜ ରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ଏବଂ ରାସ୍ତା ଘାଟ, ପାନୀୟ ଜଳ ଘରେ ଘରେ ୨୦୨୬ ବେଳକୁ ପହଂଚିବ ପାଣି l ତେବେ
ଉଦଳାରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଙ୍କ ଗସ୍ତ କୁ ନେଇ ବିଭିନ୍ନ ମହଲରେ ଖୁସି ଦେଖିବାକୁ ମିଳିଛି l
ମୟୁରଭଞ୍ଜ ଜିଲ୍ଲା ଉଦଳା କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ପରେ ମୋହନ ମାଝି ଙ୍କ ପ୍ରଥମ ଗସ୍ତ । ଉଦଳା କଲେଜ ପଡ଼ିଆରେ ହେଲିକ୍ୟାପ୍ଟର ଯୋଗେ ଆସି ଖଲାଡି ପଞ୍ଚାୟତ ର ପାଟପୁର ପଡିଆ ରେ କାର୍ଯ୍ୟକ୍ରମରେ ଯୋଗ ଦେଲେ ମାନନୀୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ପ୍ୟାକେଜ ଘୋଷଣା କରିଛନ୍ତି ଏବଂ ବାଥୂତି ସାଂସ୍କୃତିକ ସମାଜର ବାର୍ଷିକୀ ସମାରୋହରେ ଯୋଗ ଦାନ କରିଛନ୍ତି । ତେବେ ଉଦଳା ବିଧାୟକ ଭାସ୍କର ମଢ଼େଇ ଏହି କାର୍ଯ୍ୟକ୍ରମ ର ନେତୃତ୍ବ ନେଉଥିବା ବେଳେ କାର୍ଯ୍ୟକ୍ରମ କୁ ସଫଳ କରିବାକୁ ଜିଲ୍ଲା ପ୍ରଶାସନ ଓ ଭାରତୀୟ ଜନତା ପାର୍ଟି ଦିନରାତି ଏକ କରିଦେଇଛି । ସଂଗଠନ କୁ ଶକ୍ତିଶାଳୀ ଏବଂ ଦଳକୁ ମଜବୁତ କରୁଛି ବିଜେପି l ତେବେ ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ କୁ ନେଇ ଉଦଳା ବାସୀ ବେଶ ଉତ୍ସାହିତ ହୋଇପଡିଥିବା ବେଳେ ଭାରତୀୟ ଜନତା ପାର୍ଟି ଗସ୍ତ କୁ ସଫଳ କରିବା ପାଇଁ କର୍ମୀ ଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ବିଧାୟକ ଭାସ୍କର । ଏତେ ସଂଖ୍ୟାରେ ଲୋକଙ୍କୁ ଦେଖି ମୁଖ୍ୟମନ୍ତ୍ରୀ ବିଧାୟକ ଙ୍କୁ ଧନ୍ୟବାଦ ଦେଇଛନ୍ତି l ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ହେମକାନ୍ତ ସଏ, ଉପଜିଲ୍ଲାପାଳ ଶୁଶାନ୍ତ ବାରିକ, ସମେତ ସମସ୍ତ ଅଧିକାରୀ ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ କୁ ନେଇ ଯେମିତି କିଛି ବି ଅସୁବିଧା କି ସମସ୍ୟା ନ ଉପୁଜେ ସେଦିଗରେ ନଜର ରଖି ଛନ୍ତି । ତେବେ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ଓ ଟ୍ରାଫିକ ସମସ୍ୟା ପ୍ରତି ବିଶେଷ ଗୁରୁତ୍ୱ ଦେଉଥିବା ବେଳେ ଜିଲ୍ଲା ଏସପି ବରୁଣ ଗୁଣ୍ଠପାଲିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ୭ପ୍ଲାଟୁନ ପୋଲିସ ଫୋର୍ସ ସହିତ ୬୦ ଗୃହରକ୍ଷୀ ଙ୍କୁ ମଧ୍ୟ ମୃତୟନ କରାଯାଇଛି । ଅତିରିକ୍ତ ପୋଲିସ ଅଧିକ୍ଷକ ଦୀପକ ଗଛାୟତ ଉପଖଣ୍ଡ ପୋଲିସ ଅଧିକାରୀ ହୃଷିକେଶ ନାୟକ,
ଉଦଳା ଥାନା ଅଧିକାରୀ ବନମାଳୀ ବାରିକ ସମେତ ୧୦ରୁ ଅଧିକ
ଇନ୍ସପେକ୍ଟର, ଏସ ଆଇ, ଏଏସ ଆଇ ଦାୟିତ୍ଵ ରେ ରହିଛନ୍ତି ।
ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଉଦଳା ସହିତ ମୋର ସମ୍ପର୍କ ଅତି ନିବିଡ଼ ଓ ନିଆରା। ବିଧାୟକ ହେବା ପୂର୍ବରୁ ମଧ୍ୟ ଏଇ ମାଟି ସହିତ ମୋର ଅତି ଘନିଷ୍ଠ ସମ୍ପର୍କ ରହିଛି । ଏହି ମାଟିର ଭାଷା, ସାହିତ୍ୟ,ସଂସ୍କୃତି, ପରମ୍ପରା ସହିତ ମୁଁ ଓତଃପ୍ରୋତ ଭାବେ ଜଡିତ। ମୟୂରଭଞ୍ଜକୁ ମୋର ଦ୍ଵିତୀୟ ଘର କହିଲେ ଅତ୍ଯୁକ୍ତି ହେବ ନାହିଁ। ଏ ମାଟିର ମୂଳ ଓ ସ୍ଥାୟୀ ଅଧିବାସୀ ଭାବରେ ଗଣ୍ୟ ଆଦିବାସୀ ସଂପ୍ରଦାୟଙ୍କର ଲୋକ କଳା, ଚଳଣି ଓ ପରମ୍ପରାକୁ ଆମ ପାଇଁ ଗର୍ବର କଥା । ଓଡିଶାର କଳା ଓ ସଂସ୍କୃତିକୁ ଆଦିବାସୀ ସଂସ୍କୃତି ହିଁ ଉଜ୍ଜ୍ୱଳ କରିଛି । ଓଡିଶାର କଳା ଜଗତକୁ ମୟୂରଭଞ୍ଜ ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ମୟୂରଭଞ୍ଜର ଛଉ ନୃତ୍ୟ ବିଶ୍ୱ ପ୍ରସିଦ୍ଧ । ଅନେକ ଆଦିବାସୀ ନୃତ୍ୟ କଳା ଓ ସଂଗୀତ ମଧ୍ୟ ଓଡିଶା ମାଟିକୁ ସମୃଦ୍ଧ କରିଛି । ସେ କହିଥିଲେ ଯେ ଆଜି ଆମ ରାଜ୍ୟ ଓଡିଶା ଏକ ନୂତନ ବିକାଶର ପଥର ଯାତ୍ରୀ ହୋଇଛି। ଆଜି ଆପଣଙ୍କ ସରକାର ଆପଣଙ୍କ ବିକାଶ ପାଇଁ ଅନେକ ବିକାଶମୂଳକ କାର୍ଯ୍ୟ କରିଛନ୍ତି, ଯେପରିକି ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ, ମାଧୋ ସିଂ ଛାତ୍ରବୃତ୍ତି ଯୋଜନା, ଆୟୁଷ୍ମାନ ଭାରତ- ପ୍ରଧାନମନ୍ତ୍ରୀ ଜନ ଆରୋଗ୍ଯ ଯୋଜନା, ନୂତନ ଶିକ୍ଷାନୀତି ପରି ଯୋଜନା। ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ଜଗନ୍ନାଥ ଦର୍ଶନ ସେବା, ମଡେଲ ମଣ୍ଡି ପରି ନୂତନ ଯୋଜନାର ପରିକଳ୍ପନା କରାଯାଇଛି। ସରକାର କ୍ଷମତାକୁ ଆସିବାର ପ୍ରାୟ ୯ ମାସ ହୋଇ ସାରିଛି। ଏହି ସ୍ୱଳ୍ପ ଦିନରେ ସରକାର ପ୍ରକୃତରେ ଲୋକଙ୍କ ସରକାରର ମାନ୍ୟତା ଲାଭ କରିଛି। ରାଜ୍ୟର ବିକାଶରେ କପ୍ତିପଦା ଉପଖଣ୍ଡରେ ହେବାକୁ ଥିବା ପ୍ରକଳ୍ପ ଗୋଟିଏ ନୂତନ ଫର୍ଦ୍ଦ ଯୋଡିବ – ମୁଖ୍ୟମନ୍ତ୍ରୀ ଉଦଳା ସହିତ ମୋର ସମ୍ପର୍କ ଅତି ନିବିଡ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ l
ମୟୂରଭଞ୍ଜର କପ୍ତିପଦା ଉପଖଣ୍ଡ ପାଇଁ ପଞ୍ଚାୟତିରାଜ ଏବଂ ପାନୀୟଜଳ ବିଭାଗ ପକ୍ଷରୁ ପ୍ରାୟ ୧୦୦ କୋଟି ଟଙ୍କା ବିନିଯୋଗରେ ୫୨ ଗୋଟି ପ୍ରକଳ୍ପର ଶୁଭ ଉଦଘାଟନ ଏବଂ ପ୍ରାୟ ୨୭୫ କୋଟି ଟଙ୍କା ବିନିଯୋଗରେ ୧୦୬ ଟି ପ୍ରକଳ୍ପର ଭିତ୍ତିପ୍ରସ୍ଥର ସ୍ଥାପନ ଏହି ଜିଲ୍ଲା ପାଇଁ ଏକ ଗର୍ବ ଏବଂ ଗୌରବର ବିଷୟ ଏବଂ ରାଜ୍ୟର ବିକାଶରେ ଏହା ଗୋଟିଏ ନୂତନ ଫର୍ଦ୍ଦ ଯୋଡିବ, ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଉଦଳାର ପାଟପୁର ଅଂଚଳରେ ଆୟୋଜିତ ‘ବିକାଶ ପଥେ ମୟୂରଭଞ୍ଜ’ କାର୍ଯ୍ୟକ୍ରମରେ ଯୋଗଦାନ କରି କହିଛନ୍ତି। ଏହି ପରିପ୍ରେକ୍ଷୀରେ କପ୍ତିପଦା ଉପଖଣ୍ଡରେ ସମୁଦାୟ ୩୭୫ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ସମସ୍ତ ପ୍ରକଳ୍ପ କପ୍ତିପଦା ଉପଖଣ୍ଡ ପାଇଁ ଏକ ନୂତନ ବିକାଶର ଧାରା ସୃଷ୍ଟି କରିବା ସହିତ ବିକଶିତ ଓଡିଶା ଗଠନ କରିବା ପାଇଁ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିବ।