୩ ଉଇକେଟ ଜିତିଲା ଟିମ୍ ଇଣ୍ଡିଆ

ଅକ୍ଲାଣ୍ଡ- ଆଜି ସାରା ଦେଶ ଉତ୍ସବ ମୁଖର ଥିବାବେଳେ । ବିଦେଶରୁ ଆସିଛି ଖୁସୀଖବର ରବିବାର ଇଡେନ ପାର୍କରେ ଅନୁଷ୍ଠିତ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍ କୁ ସହଜରେ ଜିତି ନେଇଛି ଟିମ୍ ଇଣ୍ଡିଆ । ଘରୋଇ ଦଳ ପକ୍ଷରୁ ଧ।ର୍ଯ୍ୟ ୧୩୩ ରନ୍ ର  ବିଜୟ ଲକ୍ଷ୍ୟକୁ ଲୋକେଶ ରାହୁଲଙ୍କ ଅପରାଜିତ ଅର୍ଦ୍ଧଶତକ ଯୋଗୁ ଭାରତ ୧୭.୩ ଓଭରରେ ହାସଲ କରିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ଦଳ ଧ।ର୍ଯ୍ୟ ୨୦ ଓଭରରେ ୫ ଉଇକେଟ ହରାଇ ୧୩୨ ରନ୍ କରିଥିଲା । ଦଳ ପାଇଁ ମାର୍ଟିନ ଗୁପଟିଲ ୩୩, ଟିମ ସେଫର୍ଟ ୩୩ ଓ କଲିନ ମୁନ୍ରୋ ୨୬ ରନ୍ କରିଥିଲେ । ଭ୍ରମଣକାରୀ ବୋଲରଙ୍କ ମଧ୍ୟରେ ରବୀନ୍ଦ୍ର ଜାଡେଜା ୨ ଉଇକେଟ ଅକ୍ତିଆର କରିଥିବାବେଳେ ଶାର୍ଦ୍ଦୁଳ ଠାକୁର, ଯଶପ୍ରୀତ ବୁମରା ଓ ଶିବମ ଦୁବେ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ